fbpx

ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ-ସହପ୍ରଭାରୀ ନିଯୁକ୍ତ କଲା BJP; ବିଜୟପାଲହଙ୍କୁ ଓଡ଼ିଶାର ପ୍ରଭାରୀ ଦାୟିତ୍ବ

Advertisement

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ଭାରତୀୟ ଜନତା ପାର୍ଟି (ବିଜେପି) । ବିଜୟପାଲ ସିଂ ତୋମାରଙ୍କୁ ଦିଆଗଲା ଓଡ଼ିଶାର ପ୍ରଭାରୀ ଦାୟିତ୍ବ । ଲତା ଉସେଣ୍ଡିଙ୍କୁ ଦିଆଗଲା ଓଡ଼ିଶାର ସହପ୍ରଭାରୀ ଦାୟିତ୍ବ । ସେହିପରି ସାଂସଦ ଅପରାଜିତା ଷଡ଼ଙ୍ଗୀ କେରଳ ସହପ୍ରଭାରୀ ଭାବେ ନିଯୁକ୍ତ । ସାଂସଦ ସମ୍ବିତ ପାତ୍ର ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସଂଯୋଜକ ଭାବେ ହେଲେ ନିଯୁକ୍ତ ।

ବରିଷ୍ଠ ନେତା ବିନୋଦ ତାୱଡ଼େଙ୍କୁ ବିହାର ପ୍ରଭାରୀ ଭାବେ ଦିଆଯାିଛି ନିଯୁକ୍ତି । ଅନୀଲ ଆଣ୍ଟୋନୀଙ୍କୁ ମେଘାଳୟ ଓ ନାଗାଲାଣ୍ଡ ଉଭୟ ଦୁଇଟି ରାଜ୍ୟର ପ୍ରଭାରୀ ଦାୟିତ୍ବ ଦିଆଯାଇଛି । ପଞ୍ଜାବ ପ୍ରଭାରୀ ଭାବେ ଦାୟିତ୍ବ ପାଇଲେ ବିଜୟ ରୂପାନୀ । ଦୁଷ୍ୟନ୍ତ କୁମାର ଗୌତମଙ୍କୁ ମିଳିଲା ଉତ୍ତରାଖଣ୍ଡ ପ୍ରଭାରୀ ଦାୟିତ୍ବ ।

Get real time updates directly on you device, subscribe now.