fbpx

ବିହାରରେ ରାଜନୈତିକ ଅସ୍ଥିରତା ଭିତରେ ବୈଠକ ଡାକିଲା ବିଜେପି

ନୂଆଦିଲ୍ଲୀ: ବିହାରରେ ଚାଲିଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ ବିଜେପି ନିଜ ସାଂସଦ ଓ ବିଧାୟକମାନଙ୍କୁ ନେଇ ଏକ ବୈଠକ ଡାକିଛି। ଏହି ବୈଠକରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ନେଇ ଆଲୋଚନା ହେବ। ଏହି ବୈଠକରେ ଲୋକସଭା ନିର୍ବାଚନରେ ଦଳର ରଣନୀତି ଉପରେ ଆଲୋଚନା ହେବ ବୋଲି ବିହାର ବିଜେପି ମୁଖ୍ୟ ସମ୍ରାଟ ଚୌଧୁରୀ କହିଛନ୍ତି। ତେବେ ଏହି ବୈଠକ କେବେ ହେବ ତାହା କୁହାଯାଇନାହିଁ।

ନୀତୀଶ କୁମାରଙ୍କ ସହ ବିଜେପି ଆଉ ଏକ ଇନିଂସ ଖେଳିବାକୁ ଯାଉଛି କି ବୋଲି ପଚରାଯିବାରୁ ଚୌଧୁରୀ କହିଛନ୍ତି, ଏପର୍ଯ୍ୟନ୍ତ ଆମ ସ୍ତରରେ ଏ ନେଇ କୌଣସି ଆଲୋଚନା ହୋଇନାହିଁ।  ଶୁକ୍ରବାର ଦିନ ରାଜ୍ୟରେ ବିଜେପି ନେତାମାନେ ସଂକେତ ଦେଇଥିଲେ ଯେ ନୀତୀଶ କୁମାର ଦଳର ବରିଷ୍ଠ ନେତାଙ୍କୁ ଭେଟିବେ। ବିହାରର ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀ କହିଛନ୍ତି ଯେ ରାଜନୀତିରେ କୌଣସି ଦ୍ୱାର ସବୁଦିନ ପାଇଁ ବନ୍ଦ ହୋଇନଥାଏ।

ଆବଶ୍ୟକ ପଡ଼ିଲେ କବାଟ ଖୋଲାଯାଇପାରିବ। ସେପଟେ କଂଗ୍ରେସ ନେତା ସକିଲ ଅହମ୍ମଦ ଶନିବାର ଦଳର ଏକ ବୈଠକ ଡକାଇଛନ୍ତି ଏବଂ ବର୍ତ୍ତମାନର ତଥା ପୂର୍ବତନ ବିଧାୟକମାନେ। ଅପରାହ୍ନ ୨ଟାରେ ପୂର୍ଣ୍ଣିଆରେ ଏହି ବୈଠକ ଅନୁଷ୍ଠିତ ହେବ। ପୂର୍ଣ୍ଣିଆରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ର ପ୍ରସ୍ତୁତି ନେଇ ଏହି ବୈଠକ ଡକାଯାଇଛି ବୋଲି ସେ କହିଛନ୍ତି।

Get real time updates directly on you device, subscribe now.