fbpx

ବଡ଼ ଖବର; ୬ ଆସନରେ ବଦଳିଗଲେ BJP ପ୍ରାର୍ଥି: ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ବିଜେପି

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ବିଜେପି ଖେଳିଛି ଏକ ବଡ଼ ମାଷ୍ଟରଷ୍ଟ୍ରୋକ । ଓଡ଼ିଶାର ୧୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥି ଘୋଷଣା କରିବା ପରେ ଏଥିରେ ବଡ଼ ପରିବର୍ତ୍ତନ କରିଛି ବିଜେପି । ୬ଟି ଆସନରୁ ଦିଆ ଯାଇଥିବା ପ୍ରାର୍ଥି ପରିବର୍ତ୍ତନ ହୋଇଛନ୍ତି । ଏହି ୬ଟି ଆସନରେ ସବୁଠାରୁ ବଡ଼ ନାମ ରହିଛି ସମ୍ବଲପୁର । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥି ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ତେବେ ସମ୍ବଲପୁର ସମେତ ୬ଟି ଆସନରେ ପ୍ରାର୍ଥି ବଦଳି ଯାଇଛନ୍ତି ।

ଲୋକସଭା ନିର୍ବାଚନ ପୂର୍ବରୁ ଓଡ଼ିଶାର ୧୮ଟି ଆସନ ପାଇଁ ପ୍ରାର୍ଥି ଘୋଷଣା କରିଛି ବିଜେପି । ଅନ୍ୟପକ୍ଷରେ ଘୋଷିତ ହୋଇଥିବା ୧୮ଟି ଆସନ ମଧ୍ୟରୁ ୬ଟି ଆସନର ପ୍ରାର୍ଥୀ ଏଥର ବଦଳିଛନ୍ତି । ମୟୂରଭଞ୍ଜରୁ ବିଶେଶ୍ୱର ଟୁଡୁ, ବ୍ରହ୍ମପୁରୁରୁ ଭୃଗୁ ବକ୍ସିପାତ୍ର, ସମ୍ବଲପୁରରୁ ନୀତେଶ ଗଙ୍ଗଦେବ, ବରଗଡ଼ରୁ ସୁରେଶ ପୂଜାରୀ, କଳାହାଣ୍ଡିରୁ ବସନ୍ତ ପଣ୍ଡାଙ୍କୁ ଲୋକସଭା ପ୍ରାର୍ଥୀ କରାଯାଇନାହିଁ । ବ୍ରହ୍ମପୁର ଓ କୋରାପୁଟ ପାଇଁ ଦୁଇଜଣ ନୂଆ ଚେହେରାଙ୍କୁ ସୁଯୋଗ ମିଳିଛି । ଟିକେଟ କଟିଥିବା ନେତାମାନଙ୍କୁ ବାକି ଥିବା ୩ ଆସନରେ, ବିଧାନସଭ ଆସନରେ ବା ଦଳୀୟ ସଂଗଠନରେ ଦାୟିତ୍ୱ ମିଳିପାରେ । ଆଗାମୀ ନିର୍ବାଚନରେ ଦଳ କିପରି ଅଧିକ ସିଟ୍ ହାତେଇବ ସେନେଇ କେନ୍ଦ୍ରୀୟ ନେତୃବୃନ୍ଦ ନିଷ୍ପତ୍ତି ନେଇଛନ୍ତି ।

ତେବେ ପୂର୍ବରୁ ବିଜେପି ପକ୍ଷରୁ ୪ଟି ପର୍ୟ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରାଯାଇଥିବା ଏହା ଦଳର ୫ମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା । ତେବେ ସବୁଠାରୁ ବଡ଼ କଥା ହେଉଛି ରାଜ୍ୟର ୩ଟି ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ । ସେହି ଆସନଗୁଡ଼ିକ ହେଉଛି କଟକ, କନ୍ଧମାଳ ଓ ଯାଜପୁର । ସୂଚନାଯୋଗ୍ୟ ଯେ, ଏଥର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରୁ ଆସନରୁ ଲଢ଼ିବେ । ସେହିପରି ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଲଢ଼ିବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି ।

ସେହିପରି ବରଗଡ଼ରୁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ରୁ ଜୁଏଲ ଓରାମ, କେଉଁଝରରୁ ଅନନ୍ତ ନାୟକ, ମୟୂରଭଞ୍ଜରୁ ନବ ଚରଣ ମାଝୀ, ବାଲେଶ୍ୱରରୁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ବଲାଙ୍ଗିରରୁ ସଙ୍ଗୀତା କୁମାରୀ ସିଂହ ଦେଓ, କଳାହାଣ୍ଡିରୁ ମାଳବିକା କେଶରୀ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଜଗତସିଂହପୁରରୁ ବିଭୁ ପ୍ରସାଦ ତରାଇ, ପୁରୀରୁ ସମ୍ବିତ ପାତ୍ର, ଆସ୍କାରୁ ଅନିତା ସୁଭଦର୍ଶିନୀ, ବ୍ରହ୍ମପୁରରୁ ପ୍ରଦୀପ କୁମାର ପାଣିଗ୍ରାହୀ, କୋରାପୁଟରୁ କାଲେରାମ ମାଝୀ ଲଢ଼ିବେ ।

Get real time updates directly on you device, subscribe now.