fbpx

ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ ୨ ସାଂସଦ ପ୍ରାର୍ଥୀ ଧମେନ୍ଦ୍ର ଏବଂ ସମ୍ବିତ ପାତ୍ର

ପୁରୀ: ପୁରୀ: ଆଜି ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ୨ ସାଂସଦ ପ୍ରାର୍ଥୀ । ଲୋକସଭା ଆସନ ପାଇଁ ପ୍ରାର୍ଥୀତ୍ୱ ଘୋଷଣା ପରେ ଆଜି ୨ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ଧର୍ମେନ୍ଦ୍ର ପ୍ରଧାନ ଜଗା ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଆର୍ଶୀବାଦ ନେଇ ନିର୍ବାଚନ ମଣ୍ଡଳୀ ଯିବେ ଦୁଇ ସାଂସଦ ପ୍ରାର୍ଥୀ ।

ପୁରୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପତ୍ନୀଙ୍କ ସହ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପରେ ଧମେନ୍ଦ୍ର ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଥିଲେ ଏହା ମୋର ପରମ ସୌଭାଗ୍ୟ ଯେ ମହାପ୍ରଭୁଙ୍କ ଦର୍ଶନ ପାଇଲି । ସମ୍ବଲପୁରରେ ବିକାଶ ପାଇଁ ମୋଦୀ ମୋତେ ପଠାଇଛନ୍ତି । ଏହା ଦ୍ୱାରା ଘରେ ଘରେ ବିକାଶର ବାର୍ତ୍ତା ପଠାଯିବ । ତାଙ୍କୁ ପ୍ରାର୍ଥୀ କରିଥିବାରୁ ରାଷ୍ଟ୍ରିୟ ନେତୃତ୍ୱଙ୍କୁ ଧନ୍ୟବାଦ ଦେଇଛନ୍ତି । ମୋଦୀଙ୍କ ଦୃଷ୍ଟି, ସଙ୍କଳ୍ପ ଓ ଯୋଜନାକୁ ଦୃଷ୍ଟିରେ ରଖି ଆଗକୁ ବଢ଼ିବୁ । ଗୁଣ୍ଡୁଚି ମୂଷା ଭଳି ସମ୍ବଲପୁରର ବିକାଶ ଦିଗରେ ପ୍ରୟାସ ଜାରି ରଖିବେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.