fbpx

ମହାକାଳ ମନ୍ଦିର ଗର୍ଭଗୃହରେ ଭୀଷଣ ନିଆଁ: ଭସ୍ମ ଆରତୀ ବେଳେ ଅଘଟଣରେ ୫ ଜଣ ଆହତ

ନୂଆଦିଲ୍ଲୀ: ସୋମବାରରେ ମହାକାଳ ମନ୍ଦିରରେ ଘଟିଯାଇଛି ଏକ ବିରାଟ ଅଘଟଣ । ମହାକାଳ ମନ୍ଦିରରେ ସକାଳୁ ସକାଳୁ ଭସ୍ମ ଆରତୀ ସମୟରେ ଗର୍ଭଗୃହରେ ଭୀଷଣ ଅଗ୍ନିକାଣ୍ଡ ଘଟିଯାଇଛି । ଭସ୍ମ ଆରତୀ ସମୟରେ ନିଆଁ ଲାଗି ମନ୍ଦିରର ପୂଜାରୀ ସମେତ ୫ ଜଣ ପୋଡି ହୋଇଛନ୍ତି । ଭସ୍ମ ଆରତୀ ସମୟରେ ଭଗବାନଙ୍କୁ ଅବିର ଲଗା ଯାଉଥିବା ବେଳେ ଏଠାରେ ଅଗ୍ନିକାଣ୍ଡ ଘଟିଯାଇଥିଲା । ତେବେ ଏହି ଅଗ୍ନିକାଣ୍ଡରେ ମନ୍ଦିରର ପୂଜାରୀଙ୍କ ସହ ମୋଟ ୫ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରି ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଚିକିତ୍ସା ଅବସ୍ଥାରେ ରହିଛନ୍ତି ଅଗ୍ନିକାଣ୍ଡରେ ଗୁରୁତର ଆହତ । ସେପଟେ ସମୟ ପୂର୍ବରୁ ନିଆଁକୁ ଆୟତ୍ତ କରାଯାଇଛି ।

Get real time updates directly on you device, subscribe now.