fbpx

ନବୀନଙ୍କ ସହ କଥା ହେଲେ ଜେପି ନଡ୍ଡା; ଦ୍ରୌପଦୀଙ୍କ ନାମାଙ୍କନ ପାଇଁ ପ୍ରସ୍ତାବକ ରହିବ ବିଜେଡି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନପତ୍ର ଦାଖଲ ନେଇ ଦୁହଁଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏଥିପାଇଁ ଓଡ଼ିଶାର ଦୁଇ ମନ୍ତ୍ରୀ ପ୍ରସ୍ତାବକ ରହିବେ ବୋଲି ସୂଚନା ମିଳିଛି। ଓଡ଼ିଶାର ୨ କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ପ୍ରସ୍ତାବକ ରହିବେ ବୋଲି ଜଣାପଡିଛି। ଆସନ୍ତାକାଲି ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ ସମୟରେ ଏହି ଦୁଇମନ୍ତ୍ରୀ ଉପସ୍ଥିତ ରହିବେ।

ଓଡ଼ିଶାରୁ ପ୍ରଥମଥର ପାଇଁ କୋଣସି ପ୍ରାର୍ଥୀ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ନିର୍ବାଚନରେ ଦଳମତ ନିର୍ବିଶେଷରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ଓଡ଼ିଶାର ସମସ୍ତ ବିଧାୟକଙ୍କୁ ଅପିଲ୍ କରିଥିଲେ। ଆଜି ଜେପି ନଡ୍ଡାଙ୍କ ସହ ଏ ବିଷୟରେ ଆଲୋଚନା ହୋଇଥିବା ସେ କହିଛନ୍ତି। ଆସନ୍ତା କାଲି ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ ସମୟରେ ବିଜେଡ଼ିରେ ଦୁଇ କ୍ୟାବିନେଟ ମନ୍ତ୍ରୀ ପ୍ରସ୍ତାବକ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଏକ ଟ୍ୱିଟ କରି ସୂଚନା ଦେଇଛନ୍ତି।

ଦ୍ରୌପଦୀ ମୁର୍ମୁଙ୍କୁ କ୍ଷମତାସୀନ ଏନଡିଏ ସରକାର ରାଷ୍ଟ୍ରପତି ପ୍ରାର୍ଥୀ କରିଛି। ତେବେ ସଂଖ୍ୟା ଖେଳକୁ ଦେଖିଲେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ଵୋଲି ଦେଖାଯାଉଛି। କାରଣ ଏନଡିଏ ସରକାରଙ୍କୁ ଓଡ଼ିଶାର ବିଜେଡି ସମେତ ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ଭଳି ଆଂଚଳିକ ଦଳ ମଧ୍ୟ ସମର୍ଥନ କରୁଛନ୍ତି। ସେହିପରି ପ୍ରାୟ 13 ବିରୋଧୀ ଦଳ ମିଶି ଟିଏମସି ର ଯଶବନ୍ତ ସିଂହଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି।

 

Get real time updates directly on you device, subscribe now.