fbpx

ଗହମ ଓ ରସୁଣ ଦେଇ ବଦଳରେ ପାଆନ୍ତୁ ଘର: କମ୍ପାନୀ ବାହାର କଲା ଅଜବ ନିୟମ

କମ୍ପାନୀଗୁଡ଼ିକ ନିଜ ନିଜର ପ୍ରଡକ୍ଟ ବିକ୍ରି କରିବାକୁ ନୂଆ ନୂଆ ଆଇଡିଆ ଖୋଜନ୍ତି । ସେହିପରି ଚୀନର ଏକ ରିଏଲ ଇଷ୍ଟେଟ କମ୍ପାନୀ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଯାଇ ଏକ ସାନଦାର୍ ଉପାୟ ଖୋଜିଛି, ଯାହାକୁ ନେଇ ସାରା ଦୁନିଆରେ ଚର୍ଚ୍ଚା ଲାଗିରହିଛି । ନୂଆ ଘର ବା ପ୍ଲଟ କିଣିବାକୁ ଡାଉନ୍ ପେମେଣ୍ଟ ଭାବରେ ଗହମ ଓ ରସୁଣନେବା ଆରମ୍ଭ କରିଛି କମ୍ପାନୀ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସମ୍ପୂର୍ଣ୍ଣ ସତ ।

ରିପୋର୍ଟ ଅନୁସାରେ, ଚୀନର ହେନାନରେ ଥିବା ସେଣ୍ଟ୍ରାଲ ଚୀନର ରିଏଲ୍ ଇଷ୍ଟେଟ୍ ନାମକ ଏକ କମ୍ପାନୀ ଏହି ଯୋଜନା ଆରମ୍ଭ କରିଛି । କମ୍ପାନୀ ଏଥିପାଇଁ ଏକ ବିଜ୍ଞାପନ ମଧ୍ୟ ଜାରି କରିଛି । ଘର ପାଇଁ ଡାଉନ୍ ପେମେଣ୍ଟ ଭାବରେ ଗହମ ଏବଂ ରସୁଣ ନେଉଛି କମ୍ପାନୀ । ରିପୋର୍ଟ ଅନୁଯାୟୀ, ଉଭୟ ଫସଲର ମୂଲ୍ୟ କ୍ୟାଟି ପିଛା ୨ ୟୁଆନ୍ ରହିଛି । କ୍ୟାଟିି ହେଉଛି ଚାଇନାର ଏକ ୟୁନିଟ୍, ଯାହା ପ୍ରାୟ ୫୦୦ ଗ୍ରାମ ସହିତ ସମାନ ।

ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀ ଏହି ଯୋଜନାରେ କ୍ରେତାମାନଙ୍କୁ ଘର ପାଇଁ ୧୬୦,୦୦୦ ୟୁଆନ୍ (ପ୍ରାୟ ୧୮.୬ ଲକ୍ଷ ଟଙ୍କା) ର ଡାଉନ୍ ପେମେଣ୍ଟ ସ୍ଥିର କରିଛି । କମ୍ପାନୀର ସେଲ୍ସ ଏଜେଣ୍ଟ କହିଛନ୍ତି ଯେ, ଚାଷୀଙ୍କୁ କମ୍ପାନୀ ଆଡକୁ ଆକର୍ଷିତ କରିବା ଏହି ଯୋଜନାର ଉଦ୍ଦେଶ୍ୟ । ଏହି ବିଜ୍ଞାପନ ମୁଖ୍ୟତଃ କେବଳ କୃଷକମାନଙ୍କ ପାଇଁ ରହିଛି । କମ୍ପାନୀର ଏହି ଅଫର ସୋମବାର ଠାରୁ ଆରମ୍ଭ ହୋଇଛି ଏବଂ ଜୁଲାଇ ୧୦ ପର୍ଯ୍ୟନ୍ତ ରହିବ ।

Get real time updates directly on you device, subscribe now.