fbpx

ମହାରାଷ୍ଟ୍ର ରାଜନୀତି: ରାଜ୍ୟପାଳଙ୍କୁ ଭେଟିଲେ ଫଡନବିସ୍, ଫ୍ଲୋର ଟେଷ୍ଟ ପାଇଁ ଦାବିକଲା BJP

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼ ଆସିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନବିସ୍ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ଅବସରରେ ବିଜେପି ପକ୍ଷରୁ ଫ୍ଲୋର ଟେଷ୍ଟ ପାଇଁ କୁହାଯାଇଛି । ବିଜେପି ଶିବସେନା ନେତା ଏକନାଥ ଶିନ୍ଦେଙ୍କ ସହ ମିଶି ମୋଟ ୧୭୦ ଜଣ ବିଧାୟକଙ୍କ ସମର୍ଥନ ନେଇ ରାଜ୍ୟପାଳଙ୍କୁ ଭେଟିବ ବୋଲି ପୂର୍ବରୁ ଏକ ବିଶେଷ ସୂତ୍ରରୁ ଜଣାପଡ଼ିଥିଲା ।

ତେବେ ମହାରାଷ୍ଟ୍ରର ସାଂପ୍ରତିକ ରାଜନୈତିକ ସଙ୍କଟ ଦୃଷ୍ଟିରୁ ଫଡନବୀସଙ୍କ ରାଜ୍ୟପାଳଙ୍କୁ ସାକ୍ଷାତ କରିବା ଏକ ଗୁରୁତ୍ୱପୂର୍ଣ୍ଣ ଖବର । କିଛି ଘଣ୍ଟା ପୂର୍ବରୁ ଫଡନବୀସ ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ । ସେମାନଙ୍କ ମଧ୍ୟରେ ରାଜ୍ୟର ରାଜନୈତିକ ପରିସ୍ଥିତିକୁ ନେଇ ମାନସ ମନ୍ଥନ ହୋଇଥିଲା ।

ତେବେ କୁହାଯାଉଛି, ଏହି ସାକ୍ଷାତ ଅବସରରେ ଫଡନବୀସଙ୍କ ସହିତ କିଛି ବିଧାୟକ ଯାଇଥିଲେ । ବିଜେପିର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ସେନେଇ ଦୀର୍ଘସମୟ ଧରି ଚର୍ଚ୍ଚା ହେଉଥିଲା । ରାଜ୍ୟପାଳଙ୍କ ସହିତ ସାକ୍ଷାତ ସମୟରେ କ’ଣ ସବୁ ଆଲୋଚନା ହୋଇଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଦଳର ହାଇକମାଣ୍ଡଙ୍କ ସହ ଆଲୋଚନା ପରେ ଫଡନବୀସ ସିଧାସଳଖ ରାଜ୍ୟପାଳଙ୍କ ସହ ସାକ୍ଷାତ କରିଥିବାରୁ ଏହା ବିଜେପିର ଅସଲ ବାଣ ବୋଲି କୁହାଯାଉଛି ।

Get real time updates directly on you device, subscribe now.