fbpx
BSKY SKY
BSKY SKY

୭ ରୁ ୧୨ ବର୍ଷର ପିଲାଙ୍କୁ ଦିଆଯିବ କୋଭୋଭାକ୍ସ ଟିକା, ମିଳିଲା ଡିସିଜିଆଇର ଅନୁମତି

BSKY

ନୂଆଦିଲ୍ଲୀ: ଏଣିକି ୭ ରୁ ୧୨ ବର୍ଷରୁ ପିଲାଙ୍କୁ ଦିଆଯିବ କରୋନା ଟିକା । ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ୭ ରୁ ୧୨ ବର୍ଷ ବୟସର ପିଲାମାନଙ୍କ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭୋଭାକ୍ସ ଟିକାକୁ ଅନୁମୋଦନ ଦେଇଛନ୍ତି । ଏହାପୂର୍ବରୁ, ୭ ରୁ ୧୨ ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭୋଭାକ୍ସ ଟିକା ଜରୁରୀକାଳୀନ ବ୍ୟବହାର ପାଇଁ ଶୁକ୍ରବାର କେନ୍ଦ୍ରୀୟ ଡ୍ରଗ୍ସ ଅଥରିଟିର ଏକ ବିଶେଷଜ୍ଞ କମିଟି ଟିକା ଅନୁମୋଦନ କରିବାକୁ ସୁପାରିଶ କରିଥିଲେ। ବର୍ତ୍ତମାନ ଡିଜିସିଆଇ ଏହାକୁ ଅନୁମୋଦନ କରିଛି  । ନ୍ୟୁଜ୍ ଏଜେନ୍ସି ଅନୂଯାୟୀ କେବଳ ଜରୁରୀକାଳୀନ ପରିସ୍ଥିତିରେ ସୀମିତ ବ୍ୟବହାର ପାଇଁ କୋଭୋଭାକ୍ସକୁ ଅନୁମୋଦନ କରାଯାଇଛି ।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ର ସରକାରୀ ତଥା ନିୟାମକ ବ୍ୟାପାର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ ମାର୍ଚ୍ଚ ୧୬ ରେ ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ଆବେଦନ କରିଥିଲେ । ଏହାପୂର୍ବରୁ ଡିସେମ୍ବର ୨୮ ରେ, ବୟସ୍କମାନଙ୍କ ଜରୁରୀକାଳୀନ ପରିସ୍ଥିତିରେ ସୀମିତ ବ୍ୟବହାର ପାଇଁ କୋଭୋଭ୍ୟାକ୍ସକୁ ଅନୁମୋଦନ କରିଥିଲା । ମାର୍ଚ୍ଚ ୯ ରେ, କିଛି ସର୍ତ୍ତ ସର୍ତ୍ତ ଅନୂଯାୟୀ ୧୨ ରୁ ୧୭ ବର୍ଷର ବର୍ଗଙ୍କଠାରେ ଏହାର ଉପଯୋଗକୁ ଅନୁମତି ମିଳିଥିଲା ।

ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୧୬ ରେ ଦେଶରେ ୧୨-୧୪ ବର୍ଷ ବୟସର ପିଲାମାନଙ୍କର ଟୀକାକରଣ ଆରମ୍ଭ ହୋଇଥିଲା। ଏଥି ସହିତ ଗତ ବର୍ଷ ଜାନୁଆରୀ ୧୬ ରେ ସାରା ଦେଶରେ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିଲା ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକାକରଣ କରାଯାଇଥିଲା। ସମ୍ମୁଖଯୋଦ୍ଧାଙ୍କୁ ଟୀକାକରଣ ଗତ ବର୍ଷ ଫେବୃଆରୀ ୨ ରୁ ଆରମ୍ଭ ହୋଇଥିଲା ।

 

Get real time updates directly on you device, subscribe now.