fbpx

୨୦୨୪ ନିର୍ବାଚନ ପୁର୍ବରୁ ମୁସଲିମ ଭୋଟରଙ୍କ ଭରଷା ଜିତିବା ଲକ୍ଷ୍ୟରେ ବିଜେପି, ସଂଖ୍ୟାଲଘୁ ମୋର୍ଚାଙ୍କୁ ଦେଲା ଦାୟିତ୍ୱ

AAKASH

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ୨୦୨୪ କୁ ଦୃଷ୍ଟିରେ ରଖି ମୁସଲିମ ଭୋଟରଙ୍କ ଭରଷା ଜିତିବାକୁ ପ୍ରସ୍ତୁତ ହେଉଛି । ଏହି ସଂଗଠନ ସହ ଜଡିତ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା କାର୍ଯ୍ୟକର୍ତାଙ୍କ କର୍ମଶାଳାରେ ସରକାରଙ୍କ ନୀତି କିପରି ମୁସଲିମ ସଂଖ୍ୟାଗରିଷ୍ଠ ଅଞ୍ଚଳକୁ ନିଆଯିବ ସେନେଇ ଦଳର ବରିଷ୍ଠ ନେତାମାନେ ଆଲୋଚନା କରିଥିଲେ ।

ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ସମଗ୍ର ଦେସରୁ ଆସିଥିବା ପଦାଧୀକାରୀ ଏବଂ କର୍ମଚାରୀଙ୍କ ସହିତ ସଂଖ୍ୟାଲଘୁ ସାମ୍ମୁଖ୍ୟର ସଭାପତି ଜମାଲ ସିଦ୍ଦିକି ଭେଟିଥିଲେ । ଦେଶରେ ୩୦ ପ୍ରତିଶତରୁ ଅଧିକ ମୁସଲମାନ ଭୋଟରଙ୍କ ଥିବା ୬୫ ଲୋକସଭା ଆସନରେ ମୋଦୀ ବନ୍ଧୁ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ଏହାର ପଳ କିଛି ମିଳି ନଥିଲା । ବିଜେପି ଉପରେ ହିନ୍ଦୁ ଭୋଟରମାନେ ଅଧିକ ବିଶ୍ୱାସ କରୁଥିବା ବେଳେ ମୁସଲମାନ ଭୋଟରଙ୍କ ବିଶ୍ୱାସ ଜିତିବା ପାର୍ଟି ପାଇଁ ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ । ତେବେ ବିଜେପି ପ୍ରତି ମୁସଲମାନମାନଙ୍କ ମଧ୍ୟରେ ଘୃଣା ବିରୋଧୀ ଦଳ ଯୋଗୁଁ ହୋଇଛି ବୋଲି ଜମାଲ ସିଦ୍ଧିକ କହିଛନ୍ତି ।

ସଂଖ୍ୟାଲଘୁ ସାମ୍ମୁଖ୍ୟର ଏହି ବୈଠକରେ ସଂଗଠନ ମହାମନ୍ତ୍ରୀ ବିଏଲ୍. ସନ୍ତୋଷଙ୍କ ବ୍ୟତିତ ବିଜେପି ମିଡିଆ ପ୍ରଭାରୀ ଅନିଲ ବଲୁନୀ ମମଧ୍ୟ କର୍ମଚାରୀ ମାନଙ୍କୁ ସମ୍ବୋଧିତ କରିଥିଲେ । ହିନ୍ଦୁତ୍ୱ ରାଜନୀତି ସହିତ ମୁସଲିମ ଭୋଟରଙ୍କୁ ଦଳ ସହ ଯୋଡିବା ପାଇଁ ବିଜେପିର ଏକ ବଡ଼ ରଣନୀତି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ଏହି ଲକ୍ଷ୍ୟ ପ୍ରଧାନମନ୍ତ୍ରୀଙ୍କ ‘ସମସ୍ତ ସମାଜକୁ ଯୋଡ଼ ଏବଂ ଏବଂ ସମସ୍ତଙ୍କୁ ଆଲିଙ୍ଗନ କର ନାରା ସହିତ ଆରମ୍ଭ ହୋଇଥିଲା ।

ଉତ୍ତର ପ୍ରଦେଶର ସ୍ଥାନୀୟ ନିଗମ ନିର୍ବାଚନରେ ବିଜେପି ଦାବି କରିଛି ଯେ ଏହା ୩୫୦ ରୁ ଅଧିକ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିଲା, ସେଥିମଧ୍ୟରୁ ୪୫ ଜଣ ପ୍ରାର୍ଥୀ ଜିତିଛନ୍ତି । ଯାହା ବିଜେପି ପାଇଁ ଏକ ଭଲ ଖବର । ତେଣୁ ଆଗକୁ ବିଜେପି ଆହୁରି ଅଧିକ ମୁସଲମାନ ମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଯୋଜନା କରୁଛି । ଦୀର୍ଘ ଦିନ ଧରି ମୁସଲମାନ ସମାଜରେ ବିଜେପି ଏହାର ଉପସ୍ଥିତି ଜାହିର କରିବାକୁ ବିଜେପି ଚେଷ୍ଟା କରିଆସୁଛି । ବର୍ତ୍ତମାନ ୨୦୨୪ ପୂର୍ବରୁ ଅତି କମରେ ୧୦ ପ୍ରତିଶତ ମୁସଲମାନ ଭୋଟ୍ ବିଜେପି ସହିତ ଯୋଡିବାକୁ ପ୍ରସ୍ତୁତ ହେଉଛି । ଏଥିପାଇଁ ପାର୍ଟି ମୁସଲିମ ସମାଜର ଲୋକ, ବ୍ୟବସାୟୀ ତଥା ଶିକ୍ଷିତ ବ୍ୟକ୍ତିଙ୍କ ଉପରେ ଧ୍ୟାନ ଦେଉଛି ।

Get real time updates directly on you device, subscribe now.