fbpx
BSKY
BJD YOUTH SKY
BJD MS SKY

‘ଆପଣ ନିଜ ନିୟମକୁ ଦେଖନ୍ତୁ…’; ଋଷରୁ ତେଲ କିଣିବା ଉପରେ ପୁଣି ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ଦିନରୁ ତେଲଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଅନେକ ଦେଶ ଏଥିରେ ଅସନ୍ତୁଷ୍ଟ ହୋଇ ଋଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ମଧ୍ୟରେ ଭାରତ ଋଷ ପାଖରୁ ଶସ୍ତାରେ ତେଲ କିଣିବା ଆରମ୍ଭ କରିଥିଲା । ଯାହା ଫଳରେ ଅନେକ ଥର ଭାରତ ପ୍ରଶ୍ନଘେରରେ ଫସିଥିବା ଦେଖାଯାଇଛି । ତେବେ ବର୍ତ୍ତମାନ ପୁଣି ଥରେ ୟୁରୋପୀୟ ସଂଘର ବିଦେଶ ନୀତି ପ୍ରମୁଖଙ୍କ ପଶ୍ନରେ ମୁହଁତୋଡ ଜବାବ ଦେଇଛି ଭାରତ ।

ସୂଚନା ଅନୁସାରେ, ୟୁରୋପୀୟ ସଂଘର ବିଦେଶ ନୀତି ପ୍ରମୁଖ ଜୋସେଫ ବୋରେଲ ଭାରତର ବିଶୋଧିତ ଉତ୍ପାଦନ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏହାର ଜବାପରେ ଭାରତର ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଜୋସେଫଙ୍କୁ ପରାମର୍ଶ ଦେଇଛନ୍ତି ଯେ, ‘ଆପଣ ନିଜ ନିୟମ ଉପରେ ଧ୍ୟାନ ଦେବା ଉଚିତ’ । ଜୟଶଙ୍କର କହିଛନ୍ତି ଯେ, ୟୁରୋପୀୟ ସଂଘ ନିଜ ପରିଷଦର ନିୟମକୁ ଦେଖୁ, ଋଷର ଅଶୋଧିତ ତୈଳ ମୁଖ୍ୟତଃ ତୃତୀୟ ଦେଶକୁ ସ୍ଥାନାନ୍ତରିତ ହୋଇଛି ଏବଂ ଏହାକୁ ଋଷର ଜିନିଷ ବୋଲି ମଧ୍ୟ ବିଚାର କରାଯାଉ ନାହିଁ । ଏହା ସହିତ ପରିଷଦର ନିୟମାବଳୀ ୮୩୩/୨୦୧୪ କୁ ଆଉ ଥରେ ଦେଖି ନେବା ପାଇଁ କହିଛନ୍ତି ଏସ.ଜୟଶଙ୍କର ।

ଜୋସେଫ ବୋରେଲ କହିଥିଲେ ଯେ, ଭାରତ ଋଷର ତେଲକୁ ବିଶୋଧିତ ତୈଳ ବା ପେଟ୍ରୋଲ-ଡିଜେଲରେ ପରିବର୍ତ୍ତନ କରି ୟୁରୋପରେ ବିକ୍ରି କରୁଛି । ତେଣୁ ୟୁରୋପୀୟ ସଂଘ ଭାରତ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଗୋଟିଏ ପଟେ ପଶ୍ଚିମ ଦେଶ ଋଷର ଶକ୍ତି କ୍ଷେତ୍ର ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଦେଶ ଉପରେ ଚାପ ପକାଉଥିବା ବେଳେ ଭାରତ ଋଷରୁ ତେଲ କିଣୁଛି । ତେବେ ଋଷ ତେଲରେ ଦେଶରେ ପ୍ରସ୍ତୁତ ହେଉଥିବା ପ୍ରଡକ୍ଟକୁ ନେଇ ଭାରତ ଉପରେ କାଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲା ୟୁରୋପୀୟ ସଂଘ ।

Get real time updates directly on you device, subscribe now.