fbpx
BSKY SKY
BSKY SKY

ଇମ୍ରାନ ଖାନଙ୍କ ଘରେ ଲୁଚିଛନ୍ତି ୩୦-୪୦ ଆତଙ୍କୀ! ଜମାନ ପାର୍କକୁ ଘେରିଲା ପୋଲିସ

BSKY

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ଶେହବାଜ ଶରୀଫଙ୍କ ମଧ୍ୟରେ ଚାଲିଛି ଦମଦାର ସଂଘର୍ଷ । ଇମ୍ରାନ ନିର୍ବାଚନକୁ ଯଥାଶୀଘ୍ର ଶେଷ କରିବାକୁ ଦାବି କରୁଥିବା ବେଳେ ପାକିସ୍ତାନ ସରକାର ପୁଣିଥରେ ତାଙ୍କୁ ଗିରଫ କରାଇବା ପାଇଁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ପାକିସ୍ତାନର ପଞ୍ଜାବ ସରକାର ଇମ୍ରାନଭ୍କ ବିରୋଧରେ ଆଣିଛନ୍ତି ଏକ ସଙ୍ଗୀନ ଅଭିଯୋଗ । ଇମ୍ରାନଙ୍କ ବାସଭବନ ଜମାନ ପାର୍କରେ ପ୍ରାୟ ୩୦-୪୦ ଆତଙ୍କୀ ଲୁଚି ରହିଥିବା ଦାବି ଜୋର ଧରିଛି । ତେବେ ୨୪ ଘଣ୍ଟା ମଧ୍ୟରେ ଆତଙ୍କବାଦମାନଙ୍କୁ ସରକାରକୁ ହସ୍ତାନ୍ତର କରିବାକୁ କୁହାଯାଇଥିବା ବେଳେ ଜମାନ ପାର୍କକୁ ଘେରାଉ ପୋଲିସ ।

ପଞ୍ଜାବର ଅନ୍ତରୀଣ ସୂଚନା ମନ୍ତ୍ରୀ ଆମିର ମୀର କହିଛନ୍ତି ଯେ, ଜମାନ ପାର୍କରେ ଆତଙ୍କୀ ଲୁଚିଥିବା ନେଇ ଜିଓ-ଫେନ୍ସିଙ୍ଗ ଜରିଆରେ ଏବଂ ବିଶେଷ ସୂତ୍ରରୁ ମଧ୍ୟ ଖବର ମିଳିଛି । ଲାହୋର କର୍ପସ କମାଣ୍ଡର ହାଉସ ଉପରେ ଆକ୍ରମଣ କରିଥିବା ଆତଙ୍କୀ ମାନଙ୍କ ମଧ୍ୟରୁ କିଛି ଲୋକ ମଧ୍ୟ ଏଥିରେ ସାମିଲ ଥିବା ଜାଣିବାକୁ ମିଳିଛି । ତେଣୁ ଏମାନଙ୍କୁ ହସ୍ତାନ୍ତର କରିବା ପାଇଁ ଅନୁରୋଧ କରାଯାଇଛି । ଏଥିପାଇଁ ଇମ୍ରାନ ଖାନଙ୍କୁ ୨୪ ଘଣ୍ଟାର ସମୟ ଦେଇଛି ପାକିସ୍ତାନ ସରକାର । ସେ କହିଛନ୍ତି ଯେ, ମେ’ ୯ ତାରିଖରେ ଲାହୋର କୋର କମାଣ୍ଡର ହାଉସ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ଜମାନ ପାର୍କରେ ପିଟିଆଇ ନେତୃତ୍ୱଙ୍କ ସମ୍ପର୍କରେ ରହିଥିଲେ । ତେବେ ଏମାନଙ୍କ ବିରୋଧରେ ସେନା ଅଦାଲତରେ ମୋକଦ୍ଦମା ଚାଲୁ ହେବ ଏବଂ ଏହା ଭବିଷ୍ୟତରେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ହୋଇ ରହିବ ବୋଲି କୁହାଯାଇଛି ।

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯିବା ପରେ ସାରା ଦେଶରେ ହିଂସା ଦେଖିବାକୁ ମିଳିଥିଲା । ଫଳରେ ପିଟିଆଇର ସମର୍ଥକ ପାକିସ୍ତାନ ସେନାର ଆବାସ ଉପରେ ଆକ୍ରମଣ କରିଥିଲେ । ତେବେ ଏହି ଆକ୍ରମଣ ପାଇଁ ଇମ୍ରାନ ଖାନଙ୍କୁ ଦୋଷ ଦିଆଯିବା ସହ ଘଟଣାରେ ସାମିଲ ଅନେକ ଲୋକଙ୍କୁ ଗିରଫ କରାଯାଇଛି । ସେପଟେ କାର୍ଯ୍ୟକର୍ତ୍ତା ଏବଂ ନେତାମାନଙ୍କୁ ଏପରି ଗିରଫକୁ ନେଇ ନିନ୍ଦା କରିଛନ୍ତି ପିଟିଆଇ ମୁଖ୍ୟ ଇମ୍ରାନ ଖାନ ।

Get real time updates directly on you device, subscribe now.