fbpx
BSKY SKY
BSKY SKY

ରାଜ୍ୟ ବିଜେପିରେ ହେବ ବଡ଼ ପରିବର୍ତନ: ଦିଲ୍ଲୀରୁ ଫେରି ନୂଆ ଟିମ୍ ଗଢିବେ ମନମୋହନ ସାମଲ

BSKY

ଭୁବନେଶ୍ୱର: ଓଡ଼ିଶା ବିଜେପି ମଙ୍ଗ ଧରିବା ପରେ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି. ନଡ୍ଡଙ୍କୁ ଭେଟିଛନ୍ତି ମନମୋହନ ସାମଲ। ଏହି ସାକ୍ଷାତ ସମୟରେ ଉଭୟଙ୍କ ମଧ୍ୟରେ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ତେବେ ଆଜିର ଏହି ସାକ୍ଷାତ ପରେ ରାଜ୍ୟ ବିଜେପିରେ ବଡ଼ ସାଙ୍ଗଠନିକ ପରିବର୍ତ୍ତନ ହୋଇପାରେ ବୋଲି ଆକଳନ କରାଯାଉଛି।

ଆଜି ସନ୍ଧ୍ୟାରେ ମନମୋହନ ସାମଲ ଭୁବନେଶ୍ୱର ଫେରିବେ ଏବଂ ସନ୍ଧ୍ୟାରେ ଦଳୀୟ କାର୍ଯ୍ୟକ୍ରମରେ ଏହି ପ୍ରସଙ୍ଗରେ ଆଲୋଚନା ହେବ । ନଡ୍ଡାଙ୍କ ସହିତ ସାକ୍ଷାତ ସମୟରେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା ମନମୋହନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଆଗକୁ ରାଜ୍ୟ ସାଧାରଣ ନିର୍ବାଚନ ଥିବାରୁ ରାଜ୍ୟରେ କିପରି ବିଜେପି ଭଲ ପ୍ରଦର୍ଶନ କରିପାରିବ ସେ ନେଇ ପ୍ରୟାସ ଚାଲିଛି । ପାର୍ଟିର ସମସ୍ତ ୩୭ ହଜାର ବୁଥ୍‌ରେ ସଂଙ୍ଗଠନକୁ ସୁଦୃଢ଼ କରିବା ପାଇଁ ପାର୍ଟି ଲକ୍ଷ୍ୟ ରଖିଛି ।

ଏହାବାଦ୍ ଯେଉଁ ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ ଦଳ ଦୁର୍ବଳ ରହିଛି, ସେଠାରେ ବିଶେଷ ଅଧିକା ଫୋକସ ଦେବାକୁ ଲକ୍ଷ୍ୟ ରହିଛି । ଏହାର ଦାୟିତ୍ୱ ଦଳର ତୁଙ୍ଗ ନେତା ମାନଙ୍କୁ ଦିଆଯିବ ଏବଂ ଅନ୍ୟ ସ୍ଥାନ ମାନଙ୍କ ପାଇଁ ଯୁବ ଏବଂ ବରିଷ୍ଠ ନେତା ମାନଙ୍କୁ ଦାୟିତ୍ୱ ମିଳିବ । ତେବେ ସମାନ ସମୟରେ ଲୋକସଭା ନିର୍ବାଚନ ଥିବାରୁ ଦଳ ଅନେକ ସଂସଦୀୟ କ୍ଷେତ୍ର ଉପରେ ମଧ୍ୟ ଧ୍ୟାନ ରଖିଛି । ତେବେ ଯେଉଁ ନୂଆ ଟିମ୍ କଥା କୁହାଯାଉଛି ତାହା ମନମୋହନ ଦିଲ୍ଲୀ ଗସ୍ତରୁ ଫେରିଲେ ସ୍ପଷ୍ଟି ହୋଇପାରେ ।

Get real time updates directly on you device, subscribe now.