fbpx
BJD SKY
BJD SKY

ଖୁସି ଖବର, ଚାଷୀମାନଙ୍କୁ ମିଳିବ ସବସିଡି: ୧.୦୮ ଲକ୍ଷ କୋଟି ଟଙ୍କାକୁ ମିଳିଲା ମଞ୍ଜୁରୀ

BJD

ନୂଆଦିଲ୍ଲୀ: ଦେଶର କୃଷକମାନଙ୍କ ପାଇଁ ଏକ ବଡ ଉପହାର ଆଣିଛନ୍ତି ମୋଦି ସରକାର । ଖରିଫ ଋତୁ ପାଇଁ କେନ୍ଦ୍ର ସରକାର ୧.୦୮ ଏକ୍ଷ କୋଟି ଟଙ୍କାର ଉର୍ବରକ ସବସିଡିକୁ ମଞ୍ଜୁରୀ ଦେଇଛନ୍ତି । କ୍ୟାବିନେଟ ବୈଠକ ପରେ ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ପିଏଢ଼ କିସାନ ଯୋଜନାର ୧୪ତମ କିସ୍ତି ଆସିବା ପୂର୍ବରୁ କୃଷକମାନଙ୍କ ପାଇଁ ଆଉ ଏକ ଖୁସି ଖବର ପାଇଛନ୍ତି ଦେଶର କୋଟି କୋଟି କୃଷକ ।

ଏ ନେି ମନସୁଖ ମାଣ୍ଡଭୀୟ କହିଛନ୍ତି ଯେ, ଦେଶରେ ୩୨୫ରୁ ୩୫୦ ଲକ୍ଷ ମେଟ୍ରିକ ଟନ୍ ୟୁରିଆ ଉପଯୋଗ ହେଉଛି । ସେହିପରି ୧୦୦ରୁ ୧୨୫ଲକ୍ଷ ମେଟ୍ରିକ ଟନ୍ ଡିଏପି ଏବଂ ଏନପିକେ ବ୍ୟବହାର ହେଉଥିବା ବେଳେ ୫୦ରୁ ୬୦ ଲକ୍ଷ ମେଟ୍ରିକ ଟନ୍ ଏମଓପି ବ୍ୟବହାର କରାଯାଉଛି । ତେବେ ଏମଆରପି ବୃଦ୍ଧି ନହେବା ପାଇଁ ସବସିଡି ବଢାଇଛନ୍ତି ମୋଦି ସରକାର, ଯାହାଦ୍ୱାରା ଉଚିତ ସମୟରେ କୃଷକମାନଙ୍କୁ ସାର ମିଳିପାରିବ । ଖରିଫ ଫସଲ ପାଇଁ ସାର ମୂଲ୍ୟ ବୃଦ୍ଧି ନ କରାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏଥିପାଇଁ ଭାରତ ସରକାର ଖରିଫ ଋତୁର ଫସଲ ପାଇଁ ସବସିଡିରେ ୧ ଲକ୍ଷ ୮ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ।

ଏହାସହିତ ଆଇଟି ହର୍ଡଓୟାର ପାଇଁ ମୋଟ ୧୭ ହଜାର କୋଟି ଟଙ୍କାର ବଜେଟ ଖର୍ଚ୍ଚ ସହ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି । ତେବେ ଏହି ପ୍ରୋତ୍ସାହନ ଯୋଜନାରେ ୩.୩୫ ଲକ୍ଷ କୋଟି ଟଙ୍କାର ଉତ୍ପାଦନ ଏବଂ ୨,୪୩୦କୋଟି ଟଙ୍କା ନିବେଶ କରିବା ନେଇ ଅନୁମାନ କରାଯାଉଛି । ଏହାଦ୍ୱାରା ସିଧାସଳଖ ଭାବରେ ପ୍ରାୟ ୭୫ହଜାର ଲୋକଙ୍କୁ ନିଯୁକ୍ତି ମିଳିବା ନେଶ ଆଶା ରହିଛି ।

Get real time updates directly on you device, subscribe now.