fbpx

ଲୋକସଭା ନିର୍ବାଚନ ପାଇଁ ଇସ୍ତାହାର କମିଟି ଗଠନ କଲା ବିଜେପି: ୨୭ ଜଣ ସଦସ୍ୟଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ମାସ ୧୯ ତାରିଖରୁ ଲୋକସଭା ନିର୍ବାଚନ ପାଇଁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ଏହାପରେ ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ତେବେ ନିର୍ବାଚନ ପାଇଁ ବିଜେପି ସମେତ ଅନ୍ୟ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏହା ମଧ୍ୟରେ ଲୋକସଭା ନିର୍ବାଚନ ପାଇଁ ବିଜେପି ଇସ୍ତାହାର କମିଟି ଗଠନ କରିଛି । ଉକ୍ତ କମିଟିରେ ୨୭ ଜଣ ସଦସ୍ୟଙ୍କୁ ସ୍ଥାନ ମିଳିଛି । ଏହି କମିଟିରେ ଓଡ଼ିଶାର ୩ ଜଣ ନେତାଙ୍କୁ ସଦସ୍ୟ ଭାବେ ସ୍ଥାନ ମିଳିଛି ।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆବାହକ ରହିଛନ୍ତି । ଅନ୍ୟ ୨୭ ଜଣ ସଦସ୍ୟ ରହିଛନ୍ତି । ପୀୟୂଷ ଗୋଏଲ, ଅର୍ଜୁନ ମୁଣ୍ଡା, ଭୂପେନ୍ଦ୍ର ଯାଦବ, ଅର୍ଜୁନ ରାମ ମେଘୱାଲ, ଭୂପେନ୍ଦ୍ରର ପଟେଲ, ହିମନ୍ତ ବିଶ୍ୱ ଶର୍ମା, ବସୁନ୍ଧରା ରାଜେ, ବିନୋଦ ତାୱଡ଼େ, ଅନିଲ ଆନ୍ତୋନି ଏହି କମିଟିରେ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି । ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ରାଜସ୍ଥାନ, ଆସାମ, ଛତିଶଗଡ଼, ମଧ୍ୟପ୍ରଦେଶ, ବିହାର, ଓଡ଼ିଶ।।, କର୍ଣ୍ଣାଟକ, ଦିଲ୍ଲୀ, ହରିୟାଣାର ନେତାଙ୍କୁ ଏଥିରେ ସ୍ଥାନ ମିଳିଛି । ଓଡ଼ିଶାରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ସ୍ଥାନ ପାଇଛନ୍ତି ।

Get real time updates directly on you device, subscribe now.