fbpx

(Video)ଧୋନୀ ଚଲାଇଲେ ଫୋଲ୍ଡିଂ ସାଇକେଲ୍‌, କ’ଣ ରହିଛି ଖାସ୍ ଜାଣନ୍ତୁ

Advertisement

ଓଡ଼ିଶା ଭାସ୍କର:ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀଙ୍କୁ ଲଗଜୁରୀ କାର୍ ଓ ବାଇକ୍‌ର ବହୁତ ସଉକ ରହିଛି । ତାଙ୍କ ଗ୍ୟାରେଜ୍‌ରେ ଏକାଧିକ ଶକ୍ତିଶାଳୀ ଗାଡି ରହିଛି । କିନ୍ତୁ ଧୋନୀଙ୍କୁ ଏବେ ଏକ ଇଲେକ୍ଟ୍ରିକ୍ ସାଇକେଲ୍ ଚଲାଉଥିବାର ସ୍ପଟ୍ କରାଯାଇଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେଉଛି ।

ଭିଡିଓରେ ଦେଖିବାକୁ ମିଳୁଛି କି ହେଲମେଟ୍ ପିନ୍ଧି ଧୋନୀ Doodle V3 ଇଲେକ୍ଟ୍ରିକ୍ ସାଇକେଲ ଚଲାଉଛନ୍ତି ନିକଟରେ ଥିବା ଲୋକମାନେ ଏହାର ଭିଡିଓ ପ୍ରସ୍ତୁତ କରୁଛନ୍ତି ।
ତେବେ ଏହି ସାଇକେଲରେ କ’ଣ ଖାସ୍ ରହିଛି କି ଧୋନୀ ଏହାକୁ ପସନ୍ଦ କରିଛନ୍ତି । ଏହା ଏକ ଫୋଲ୍ଡେବଲ୍ ଇଲେକ୍ଟ୍ରିକ୍ ସାଇକେଲ ଯାହାକୁ ଆପଣ ସହଜରେ ଫୋଲ୍ଡ କରି ନିଜ କାର୍‌ରେ ରଖିପାରିବେ । ଏହାର ସ୍ପିଡ୍ ଘଣ୍ଟାକୁ ୨୫ କିଲୋମିଟର ଓ ଏଥିରେ କମ୍ପାନୀ ୧୨.୭୫ ଏଏଚ୍ କ୍ଷମତା ବିଶିଷ୍ଟ ବ୍ୟାଟେରୀ ଦେଇଛି । ଏହା ଥରକେ ୬୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେଇଥାଏ ।

 

View this post on Instagram

 

A post shared by Viral Bhayani (@viralbhayani)

ଏହା ଦେଖିବାକୁ ପାରମ୍ପରିକ ସାଇକେଲ ଠାରୁ ସାମାନ୍ୟ ଅଲଗା । ଏଥିରେ ବ୍ୟାଟେରୀ ଓ ଇଲେକ୍ଟ୍ରିକ୍ ମୋଟର ସହିତ ୭ ସ୍ପିଡ୍ ଶିମାନୋ ଗିୟର ସିଷ୍ଟମ ରହିଛି । ଏହା ବ୍ୟତିତ ଏଥିରେ ଏଲସିଡି ଡିସପ୍ଲେ, ୟୁଏସବି ଚାର୍ଜିଂ ପୋର୍ଟ, ପଛରେ ଏକ କ୍ୟାରିୟର ବି ରହିଛି । ଏହାର ମୂଲ୍ୟ ୫୨,୯୯୯ ଟଙ୍କାରୁ ଆରମ୍ଭ ହେଉଛି ।
EMotorad କମ୍ପାନୀର ଏହି ସାଇକେଲକୁ ପୂର୍ବରୁ ସୁନୀଲ ସେଟ୍ଟୀ, ନେହା ଧୂପିଆଙ୍କ ପରି କିଛି ସେଲିବ୍ରିଟି ମଧ୍ୟ ଚଲାଇଛନ୍ତି ।

Get real time updates directly on you device, subscribe now.