fbpx
BJD SKY
BJD SKY

ପଞ୍ଜାବ ଲଢେଇ ପୂର୍ବରୁ ସୁପର ଜିଆଣ୍ଟସକୁ ଝଟକା: ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଲେ ଷ୍ଟାର ଖେଳାଳି

BJD

ନୂଆଦିଲ୍ଲୀ: ଆଜି ଆଇପିଏଲ ୨୦୨୪ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ପଞ୍ଜାବ କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ । ତେବେ ଏହି ମ୍ୟାଚ ପୂର୍ବରୁ ସୁପର ଜିଆଣ୍ଟସକୁ ଏକ ଶକ୍ତ ଝଟକା ଲାଗିଛି । ଦଳର ଷ୍ଟାର ବୋଲର ଡାଭିଡ ୱିଲି ଆଇପିଏଲ-୨୦୨୪ରୁ ନିଜ ନାମ ଫେରାଇ ନେଇଛନ୍ତି । କିଛି ବ୍ୟକ୍ତିଗତ କାରଣରୁ ସେ ଟୁର୍ଣ୍ଣାମେଣ୍ଟରୁ ନାଁ ପ୍ରତ୍ୟାହାର କରିଥିବା ପ୍ରକାଶ କରିଛନ୍ତି । ତେବେ ବର୍ତ୍ତମାନ ୱିଲିଙ୍କ ବିକଳ୍ପ ଖେଳାଳି ଭାବରେ ମଧ୍ୟ ଦଳ ଜଣକୁ ସାମିଲ କରିସାରିଛି । ନ୍ୟୁଜିଲାଣ୍ଡର ଜଣେ ଷ୍ଟାର ବୋଲରଙ୍କୁ ଦଳରେ ସାମିଲ କରିଛି ସୁପର ଜିଆଣ୍ଟସ ।

ଡାଭିଡ ୱିଲି ଆଇପିଏଲରୁ ଓହରିଯିବା ପରେ ନ୍ୟୁଜିଲାଣ୍ଡ ଷ୍ଟାର ବୋଲର ମ୍ୟାଟ ହେନରୀଙ୍କୁ ଦଳରେ ସାମିଲ କରିଛି ଲକ୍ଷ୍ନୌ । ହେନରୀଙ୍କ ବେସ୍ ପ୍ରାଇସ ୧.୨୫ କୋଟି ଟଙ୍କାରେ ତାଙ୍କୁ ସୁପର ଜିଆଣ୍ଟସ ନିଜ ଦଳରେ ସାମିଲ କରିଛି । ହେନରୀ ବର୍ତ୍ତମାନ ସୁଦ୍ଧା ନ୍ୟୁଜିଲାଣ୍ଡ ପାଇଁ ୨୫ ଟେଷ୍ଟ, ୮୨ ଦିନିକିଆ ଏବଂ ୧୭ଟି ଟି-୨୦ ମ୍ୟାଚ ଖେଳି ସାରିଛନ୍ତି । ଏହାପୂର୍ବରୁ ହେନରୀ ପଞ୍ଜାବ କିଙ୍ଗସ ଏବଂ ଚେନ୍ନାଇ ସୁପର କିଙ୍ଗସ ଦଳରେ ମଧ୍ୟ ସାମିଲ ହୋଇଥିଲେ । ମ୍ୟାଟ୍ ହେନେରୀ ଏପର୍ୟ୍ୟନ୍ତ ୧୭ ଟି -୨୦ ଆନ୍ତର୍ଜାତୀୟ ମ୍ୟାଚରେ ମୋଟ ୨୦ ୱିକେଟ୍ ହାସଲ କରିଛନ୍ତି ହେନରୀ।

ପଞ୍ଜାବ ବିପକ୍ଷରେ ଲକ୍ଷ୍ନୌ ସୁପର ଜିଆଣ୍ଟସର ପ୍ଲେଇଙ୍ଗ-୧୧: କେ.ଏଲ ରାହୁଲ(ଅଧିନାୟକ), କ୍ୱିଣ୍ଟନ୍ ଡି’କକ୍, ଦେବଦତ୍ତ ପାଡିକ୍କଲ, ନିକୋଲାସ ପୁରନ୍, ହୀପକ ହୁଡ୍ଡା, ମାର୍କସ ଷ୍ଟୋଇନିସ, ଆୟୁଷ ବଦୋନୀ, କ୍ରୁଣାଳ ପାଣ୍ଡ୍ୟା, ରବି ବିଷ୍ଣୋଇ, ୟଶ ଠାକୁର, ନବୀନ ଉଲ୍ ହକ୍ ।

Get real time updates directly on you device, subscribe now.