fbpx

ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ପାଇଁ ନବୀନଙ୍କୁ ନିମନ୍ତ୍ରଣ କଲା BJP

Advertisement

ଭୁବନେଶ୍ୱର: ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ବୁଧବାର ଦିନ ଶପଥ ନେବେ । ଅପରାହ୍ଣ ୪ଟା ୪୫ରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ କରିବେ । ଏଥିପାଇଁ ପ୍ରଥମ ନିମନ୍ତ୍ରଣ ପତ୍ର ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପୁରୀକୁ ପଠାଯାଇଛି । ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ପୂର୍ବତନ ସଭାପତି ସମୀର ମହାନ୍ତି ନିମନ୍ତ୍ରଣ ପତ୍ର ନେଇ ନବୀନ ନିବାସ ଯାଇଥିବା ସୂଚନା ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିାଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବାକୁ ସେ ଆଜି ନବୀନ ନିବାସରେ ପହଞ୍ଚିଛନ୍ତି । ୨୪ ବର୍ଷ ଧରି ନିମନ୍ତ୍ରଣ ପତ୍ର ନବୀନ ପଟ୍ଟନାୟକ ପଠାଉଥିଲେ, କିନ୍ତୁ ଆଜି ନବୀନ ନିବାସ ଯାଉଛି ନିମନ୍ତ୍ରଣ ପତ୍ର ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ୨ଟା ୧୦ରେ ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ବିମାନ ବନ୍ଦରରୁ ସିଧା ରାଜଭବନ ଯିବେ । ରାଜଭବନରୁ ଜନତା ମଇଦାନ ସମାରୋହରେ ପିଏମ ମୋଦୀ ପହଞ୍ଚିବେ ।

ତେବେ ଦେଶରେ ସାଧାରଣ ନିର୍ବାଚନ ୨୦୨୪ରେ ବିଜେପି ବହୁମତ ହାସଲ କରିଛି । ପ୍ରଧାନମନ୍ତ୍ରୀ ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥପାଠ କରିଛନ୍ତି । ଏହାରି ମଧ୍ୟରେ ଏପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଚୟନ କରାଯାଇନାହିଁ । ଏନେଇ ଚର୍ଚ୍ଚା ଜୋର ଧରିଛି । ତେବେ ବୁଧବାର ୧୨ ଜୁନରେ ଜଣାପଡିବ କିଏ ହେବ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥପାଠ କରିବାର ସମୟ ସୀମା ବର୍ତ୍ତମାନ ଧାର୍ଯ୍ୟ କରାଯାଇଛି ।

Get real time updates directly on you device, subscribe now.