fbpx

ମହିଳା ମାନେ ଓଭରଟାଇମ୍ କରିବା ଉଚିତ୍ ନୁହେଁ: ବିଜେପି ନେତ୍ରୀ ଭାରତୀ ଶେଟ୍ଟୀ

ନୂଆଦିଲ୍ଲୀ: ମହିଳା ମାନଙ୍କୁ ଅଫିସ୍ ରେ ଓଭର୍ ଟାଇମ୍ କାମ କରିବାକୁ ଅନୁମତି ମିଳିବା କଥା ନୂହେଁ । ମହିଶୂର ଗଣଦୁଷ୍କର୍ମ ଭଳି ଏକ ଗମ୍ଭୀର ବିଷୟକୁ ନେଇ ହୋଇଥିବା ଏକ ଡିବେଟରେ ଭାଗ ନେଇ ବିଜେପିର ଏମଏଲସି ଭାରତୀ ସେଟ୍ଟୀ ଏହିଭଳି ଏକ ମତ ଦେଇଛନ୍ତି । ସେ କହିଛନ୍ତି ଯେ, କାର୍ଯ୍ୟରତ ମହିଳା ମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ । କାରଣ ସେମାନେ ଅପରାଧି ମାନଙ୍କ ଟାର୍ଗେଟକୁ ଆସିପାରନ୍ତି ।

ଏହି ବିତର୍କରେ ବିଜେପିର ମହିଳା ନେତା କହିଛନ୍ତି ଯେ ପୀଡିତା ତାଙ୍କ ବନ୍ଧୁଙ୍କ ଅପେକ୍ଷା ଅଧିକ ଆହତ ହୋଇଛନ୍ତି। ଏଭଳି ଦୋଷୀମାନଙ୍କ ସହିତ ନ୍ୟାୟିକ ବ୍ୟବସ୍ଥା ମଧ୍ୟ କଠୋର ଆଚରଣ କରେ ନାହିଁ । ତେଣୁ, ଏକ ନୂତନ ଆଇନର ଆବଶ୍ୟକତା ରହିଛି । ଯେଉଁଥିରେ ଅଭିଯୁକ୍ତ ମାନଙ୍କ ବନ୍ଧ୍ୟାକରଣ ପାଇଁ ଅନୁମତି ଦିଆଯିବା ଦରକାର । ଏହି ଭଳି ଏକ ଘଟଣାପରେ ମହିଳାମାନଙ୍କୁ ଅଧିକ ସମୟ ବାହାରେ ରହିବାକୁ ଦିଆଯିବା କଥା ନୁହେଁ ଏବଂ ଶୁନଶାନ୍ ସ୍ଥାନକୁ ମଧ୍ୟ ଯିବା ଉଚିତ୍ ନୂହେଁ ।

ଭାରତୀ ସେଟ୍ଟୀଙ୍କ ଏହି ବୟାନକୁ ନେଇ ବିରୋଧୀ ମାନେ ଏବେ ତାଙ୍କୁ ଟାର୍ଗେଟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମହିଳା ସଂଘର ଉପାଧ୍ୟକ୍ଷ ଏସି ବିମଲା କହିଛନ୍ତି ଯେ, ଓଭରଟାଇମ୍ କରିବାରୁ ରୋକିବା କିମ୍ବା ଘରୁ ବାହାରକୁ ଯିବାକୁ ରୋକିବା ହେଉଛି ସେମାନଙ୍କ ସ୍ୱାଧୀନତାରେ ରୋକ୍ ଲଗାଇବା ।

Get real time updates directly on you device, subscribe now.