fbpx

ଖସିଲା ସ୍କୁଲ ଛାତ, ୨୫ ଜଣ ପିଲା ଆହତ

ହରିୟାଣା: ସ୍କୁଲ ଛାତ ଭାଙ୍ଗିବା ଫଳରେ ୨୫ ଜଣ ଛାତ୍ରଛାତ୍ରୀ ଗୁରୁତର ଭାବରେ ଆହତ ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି ହରିୟାଣାର ସୋନୀପତର ଗନୌର୍ ଠାରେ । ଆହତଙ୍କ ମଧ୍ୟରୁ ୫ ଜଣ ସାଂଘାତିକ ଭାବରେ ଆହତ ହୋଇଥିବାରୁ ସେମାନଙ୍କୁ ଖାନପୁର ଠାରେ ଥିବା ପିଜିଆଇକୁ ରେଫର୍ କରାଯାଇଛି ।

ସୁଚନା ଅନୁସାରେ, ଗନୌର୍ ଠାରେ ଥିବା ଏକ ସ୍କୁଲର ଛାତ ଖସିଯାଇଛି । ଫଳରେ ସେଠାରେ ପାଠ ପଢ଼ୁଥିବା ୨୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ତିନିଜଣ ଦିନ ମଜୁରିଆ ବି ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଗନୌରର ସ୍ଥାନୀୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତଙ୍କୁ ପିଜିଆଇ ରେଫର୍ କରାଯାଇଛି ।

ଏହା ଭିତରେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚିଛି । ଛାତ କିପରି ଖସିଲା ସେନେି କିଛି ବିଶେଷ ତଥ୍ୟ ସାମନାକୁ ଆସିନଥିବା ବେଳେ ପୋଲିସ୍ ଯାଞ୍ଚ ଆରମ୍ଭ କରିଛି ।

 

Get real time updates directly on you device, subscribe now.