fbpx

ନାବାଳିକାଙ୍କୁ ୯ ମାସ ଧରି ଗଣଦୁଷ୍କର୍ମ କଲେ ୨୯ ଜଣ, ସାମିଲ ଅଛନ୍ତି ନାବାଳକ

ଥାଣେ: ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ମାସେ କାଳ ଗଣଦୁଷ୍କର୍ମ କରିଛନ୍ତି ୨୯ ଜଣ ଯୌନ ରାକ୍ଷସ । ଏଥିରେ ଦୁଇଜଣ ନାବାଳିକ ମଧ୍ୟ ସାମିଲ ରହିଛନ୍ତି । ଏହିଭଳି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି ମହାରାଷ୍ଟ୍ରର ଥାଣେ ଜିଲ୍ଳାରେ । ଅଭିଯୁକ୍ତ ମାନେ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ଏହି ଯୌନ ରାକ୍ଷସ ମାନେ ପୀଡ଼ିତାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ପାଇଁ ଅଶ୍ଳୀଳ ଭିଡିଓ କରି ତାଙ୍କୁ ବ୍ଲାକମେଲ୍ କରୁଥିଲେ । ଏହି ଘଟଣା ସେତେବେଳେ ସାମନାକୁ ଆସିଲା ଯେତେବେଳେ ନାବାଳିକା ଜଣକ ମଣ୍ଡପ ପୋଲିସ୍ ଷ୍ଟେସନରେ ବୁଧବାର ଦିନ ଏନେଇ ଅଭିଯୋଗ କରିଥିଲେ ।

ପୀଡ଼ିତାଙ୍କ ଅଭିଯୋଗ କରିଛନ୍ତି ଯେ, ଗତ ୯ ମାସ ହେଲା ତାଙ୍କୁ ୨୯ ଜଣ ବାରମ୍ବାର ଗଣଦୁଷ୍କର୍ମ କରିଛନ୍ତି । ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ଅନେକ ଥର ତାଙ୍କ ସହିତ ଦୁଷ୍କର୍ମ କରିଛନ୍ତି । ତେବେ ଏହି ମାମଲାରେ ପୋଲିସ୍ କହିଛି ଯେ, ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ପେଶାଲ୍ ଡ୍ରାଇଭ୍ କରାଯାଇଥିଲା । ଏଯାବତ୍ ୨୩ ଜଣଙ୍କୁ ଗିରଫ କରାଯାଇଛି ଓ ଏଥିରେ ଦୁଇଜଣ ନାବାଳକ ବି ସାମିଲ ଥିବା ଜଣାପଡ଼ିଛି । ଏମାନେ ପାଡ଼ିତାଙ୍କ ସହିତ ବିଭିନ୍ନ ସ୍ଥାନରେ ଗଣଦୁଷ୍କର୍ମ କରିଛନ୍ତି ।

ତେବେ ଯେଉଁ ଭିଡିଓ ଜରିଆରେ ପାଡ଼ିତାଙ୍କୁ ଅଭିଯୁକ୍ତ ମାନେ ବ୍ଲାକମେଲ କରୁଥିଲେ ତାହା ପୋଲିସ୍ ହାତରେ ଲାଗିଛି । ସେହି ଭିଡିଓ ଜରିଆରେ ପୋଲି୍ସ ଅଭିଯୁକ୍ତଙ୍କୁ ଖୋଜିବାକୁ ଉଦ୍ୟମ ଚଳାଇଛି । ୨୩ ଜଣ ଧରାପଡ଼ିଥିବା ବେଳେ ବାକିଙ୍କୁ ପୋଲିସ୍ ଖୋଜୁଛି । ଦୁଷ୍କର୍ମ କରାଯାଇଥିବା ସ୍ଥାନ ଗୁଡ଼ିକରେ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି । ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି ।

 

Get real time updates directly on you device, subscribe now.