fbpx
BSKY
BJD MC SKY
BJD MS SKY

ଅଭିନବ ଉପାୟରେ ମୃତ ପ୍ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥାନ୍ତି ଜଣେ ମହିଳା, ଫ୍ରିଜରରେ ସାଇତି ରଖିଛନ୍ତି ଶହ ଶହ ପ୍ରାଣୀଙ୍କ ଶବ

ନୂଆଦିଲ୍ଲୀ: କାହା ଫ୍ରିଜ୍ରେ ମଣିଷ ବା କୌଣସି ପ୍ରାଣୀର ଶବ ରହିଥିବା କଥା ଶୁଣିଲେ ମନ ଭୟରେ ଭରିଯାଏ । ଏପରି ସ୍ଥିତିରେ ମନରେ ପ୍ରଶ୍ନ ଉଠିଥାଏ କି ଏହା କରିଥିବା ବ୍ୟକ୍ତି ଜଣେ କିଲର କିମ୍ବା ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ହୋଇପାରନ୍ତି । କିନ୍ତୁ ଜଣେ ମହିଳା ନିଜ ଫ୍ରିଜରରେ ବିଭିନ୍ନ ପଶୁଙ୍କ ଶବ ସାଇତି ରଖୁଥିବା ବେଳେ ପୁରା ଗର୍ବର ସହ ଏହାକୁ ସ୍ୱୀକାର କରିଛନ୍ତି ।

ସେ ଏହି ସମସ୍ତ ଶବର ଉପଯୋଗ ଅନଲାଇନରେ ବିକ୍ରୀ କରିବା ପାଇଁ ବା ଖାସ୍ ଧରଣର ଆର୍ଟ ତିଆରି ଲାଗି କରିଥାନ୍ତି । ନ୍ୟୁୟର୍କର ଲଙ୍ଗ ଆଇଲ୍ୟାଣ୍ଡର ୪୦ ବର୍ଷୀୟା ମହିଳା ଏମିଲି ଉଲସିଅସ୍ ଏକ ରିସର୍ଚ୍ଚ ସେଣ୍ଟରରେ କାମ କରୁଥିଲେ ଯେଉଁଠି ସେ ମୃତ ଜୀବଙ୍କ ନମୂନାକୁ ନେଇ ବିଭିନ୍ନ ପରୀକ୍ଷଣ କରୁଥିଲେ । ଏହି ମୃତ ପ୍ରାଣୀ ଦାନ ଆକାରରେ ମିଳିଥାନ୍ତି । ଅଧିକାଂଶ ପ୍ରାଣୀଙ୍କ ଶବ କୌଣସି କାମରେ ନ ଆସି ସେହିପରି ପଡି ରହିଥାନ୍ତି । ଫଳରେ ଗଦା ଗଦା ଶବ ପଡିରହେ । ଏମିଲି ଏହି ଚାକିରୀ ସମୟର କିଛି ଉପାୟକୁ ଉପଯୋଗ କରି ଶବକୁ ନଷ୍ଟ ହେବାରୁ ରକ୍ଷା କରିବା ଲାଗି ସେଗୁଡିକୁ ଫ୍ରିଜରରେ ସାଇତି ରଖି ସେମାନଙ୍କ ଅଙ୍ଗରେ ଆକର୍ଷଣୀୟ କଳାକୃତୀ ତିଆରି କରିଥାନ୍ତି ।

ସେ କହିଛନ୍ତି ବିଭିନ୍ନ ପ୍ରାଣୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାର ଏହା ତାଙ୍କର ଏକ ତରିକା । ଏବେ ସେମାନଙ୍କ ଶବ ସଢିବା ପରିବର୍ତ୍ତେ ସୁନ୍ଦର କଳାକୃତିର ରୂପ ଧାରଣ କରିପାରୁଛନ୍ତି । ଏହି କଳାକୃତି ମଧ୍ୟରେ ରହିଛି ସାପ ଓ ଅନ୍ୟ ଜୀବଙ୍କୁ କାଚ ଜାର୍ କିମ୍ବା ଅତର ବୋତଲରେ ଭରି ରଖିବା, ହାଡରୁ ଚାବି ତିଆରି କରିବା ଓ ଗହଣା ତିଆରି କରିବା । ଏବେ ସେ ଏହି କଳାକୃତିକୁ ନେଇ ଏକ ଷ୍ଟୋର ଖୋଲିଛନ୍ତି ଯାହା ଲୋକଙ୍କୁ ବେଶ୍ ପସନ୍ଦ ଆସୁଛି ।

Get real time updates directly on you device, subscribe now.