fbpx
BSKY
BJD MC SKY
BJD MS SKY

ଆଜିଠାରୁ ବଦଳିଗଲା ଟଙ୍କା ସହ ଜଡିତ ଏହି ନିୟମ, ଆପଣଙ୍କ ପକେଟ ଉପରେ ପକାଇବ ପ୍ରଭାବ

ନୂଆଦିଲ୍ଲୀ: ନୂଆ ମାସ ଆରମ୍ଭ ହେବା ସହ ଟଙ୍କା ସହ ଜଡିତ ନିୟମରେ ଅନେକ ପରିବର୍ତ୍ତନ ଘଟିଛି । ତେବେ ଆସନ୍ତୁ ଜାଣିବା ସାଧାରଣ ଲୋକଙ୍କ ଉପରେ ଏହାର କେଉଁ ପ୍ରଭାବ ପଡିବ । ଏଲପିଜି ଗ୍ୟାସ ସିଲିଣ୍ଡରର ସରରେ ୧ ମେ ରୁ ପରିବର୍ତ୍ତନ ହୋଇଛି । ଏହି କମର୍ସିଆଲ ଗ୍ୟାସ ଦର ହ୍ରାସ ପାଇଛି ।

ଦେଶର ବଡ଼ ପ୍ରାଇଭେଟ ସେକ୍ଟର ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ନିଜ ସେଭିଙ୍ଗ ଖାତାରେ ଅନେକ ନିୟମ ପରିବର୍ତ୍ତନ କରିଛି । ବ୍ୟାଙ୍କ ନିଜ ଡେଭିଟ କାର୍ଡ ଚାର୍ଜ ଠାରୁ ନେଇ ଚେକ ବୁକ ଜାରି କାରିବାର ଚାର୍ଜେସ, ଆଇଏମପିଏସ ପରି ଅନେକ ସର୍ଭିସ ଶୁଳ୍କରେ ପରିବର୍ତ୍ତନ ହୋଇଛି । ଏହି ନିୟମ ୧ ମେ ୨୦୨୪ ଅର୍ଥାତ ବୁଧବାର ଠାରୁ ଲାଗୁ ହୋଇଛି ।

ୟେସ ବ୍ୟାଙ୍କ ନିଜ ସେଭିଙ୍ଗ ଖାତାର ନୂଆ ଚାର୍ଜ ୧ ମେ ୨୦୨୪ରୁ ଲାଗୁ କରିଛି । ଏହା ବ୍ୟତୀତ ବ୍ୟାଙ୍କ ନିଜ କ୍ରେଡିଟ କାର୍ଡର ନିୟମରେ ମଧ୍ୟ ପରିବର୍ତ୍ତନ କରିଛି । ବର୍ତ୍ତମାନ ୧୫,୦୦୦ ଟଙ୍କାରୁ ଅଧିକ ୟୁଟିଲିଟୀ ବିଲର ପେମେଣ୍ଟ ଉପରେ ଆପଣଙ୍କୁ ୧ ପ୍ରତିଶତ ଜିଏସଟି ଦେବାକୁ ପଡିବ । ନୂଆ ନିୟମ ଆଜିଠାରୁ ଲାଗୁ ହୋଇସାରିଛି ।

IDFC First Bank  ମଧ୍ୟ ନିଜ କ୍ରେଡିଟ କାର୍ଡର ନିୟମମାନ ପରିବର୍ତ୍ତନ କରିଛି । ଏବେ ବ୍ୟାଙ୍କର କ୍ରେଡିଟ କାର୍ଡ ଜରିଆରେ ୨୦ ହଜାରରୁ ଅଧିକ ୟୁଟିଲିଟି ବିଲର ପେମେଣ୍ଟ ଉପରେ ଗ୍ରାହକଙ୍କୁ ୧୮ ପ୍ରତିଶତ ଜିଏସଟି ବ୍ୟତୀତ ୧ ପ୍ରତିଶତ ଏକ୍ସଟ୍ରା ଚାର୍ଜ ଦେବାକୁ ପଡିବ ।

ମେ ମାସରେ ଭିନ୍ନ ଭିନ୍ନ ରାଜ୍ୟରେ ୧୪ ଦିନ ବନ୍ଦ ରହିବ । ଏଥିରେ ଶନିବାର ଏବଂ ରବିବାର ଦିନ ଛୁଟି ମଧ୍ୟ ସାମିଲ ରହିଛି । ଏଚଡିଏଫସି ବ୍ୟାଙ୍କ ନିଜ ସ୍ପେଶାଲ ସିନିୟର କେୟାର ଏଫଡିର ଡେଡଲାଇନକୁ ବଢାଇ ୧୦ ମେ କରିଦେଇଛି । ଏହି ୫ ରୁ ୧୦ ବର୍ଷର ଏଫଡି ସ୍କିମ ଉପରେ ୭.୭୫ ପ୍ରତିଶତ ସୁଧର ଲାଭ ମିଳୁଛି ।

Get real time updates directly on you device, subscribe now.