fbpx
BSKY
BJD MC SKY
BJD MS SKY

ଇସ୍ତଫା ଦେଲେ ଦୁଇଜଣ ପୂର୍ବତନ ବିଧାୟକ: ଲୋକସଭା ନିର୍ବାଚନ ମଧ୍ୟରେ କଂଗ୍ରେସକୁ ଶକ୍ତ ଝଟକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ମାସ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ମାସ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିଲା । ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ଆଉ କିଛି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ ।

ତେବେ ପ୍ରାର୍ଥୀ ତାଲିକା ଘୋଷଣା ପରେ ବିଭିନ୍ନ ଦଳରେ ଆଶାୟୀମାନେ ଅସନ୍ତୁଷ୍ଟ ପ୍ରକାଶ କରିବା ସହିତ ଦଳ ଛାଡ଼ୁଥିବା ଦେଖାଯାଉଛି । ଏହା ମଧ୍ୟରେ ପଞ୍ଜାବରେ କଂଗ୍ରେସକୁ ଲାଗିଛି ଏକ ବଡ଼ ଝଟକା । ଦୁଇଜଣ ପୂର୍ବତନ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି । ପୂର୍ବତନ ବିଧାୟକ ନୀରଜ ବସୋୟା ଓ ନସୀବ ସିଂହ ଦଳ ଛାଡ଼ିଥିବା ଖବର ସାମ୍ନାକୁ ଆସିଛି । ଲୋକସଭା ନିର୍ବାଚନର ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ ଏଭଳି ସ୍ଥିତିରେ କିଛି ବଡ଼ ନେତା ଦଳ ଛାଡ଼ିବା କଂଗ୍ରେସକୁ ଶକ୍ତ ଝଟକା ଦେଇଛି ।

Get real time updates directly on you device, subscribe now.