fbpx
BSKY
BJD MC SKY
BJD MS SKY

ବିବାହ ସମାରୋହରେ One Dish Rule, ନିୟମ କଡ଼ାକଡ଼ି କରିବା ପାଇଁ ମୁଖ୍ୟମନ୍ତ୍ରୀ ମରିୟମ ନୱାଜଙ୍କ ନିର୍ଦ୍ଦେଶ

ଇସଲାମାବାଦ: ବର୍ତ୍ତମାନ ମହଙ୍ଗା ବିବାହ ଭୋଜି ଉପରେ ଲାଗିବ ରୋକ୍ । ଆଉ ହେବ ନାହିଁ ଖାଦ୍ୟର ଅପଚୟ । ସ୍ୱଳ୍ପ ଆୟକାରୀ ପରିବାରର ଆର୍ଥିକ ବୋଝକୁ ଦୂର କରିବା ପାଇଁ ଏଭଳି ଏକ ନିଆରା ପଦକ୍ଷେପ ନେଇ ଆସିଛନ୍ତି ପାକିସ୍ତାନ ସ୍ଥିତ ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ୍ ଶରିଫ୍ । ଏଣିକ ବିବାହ ସମାରୋହରେ ‘One Dish Rule’ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମଙ୍ଗଳବାର ମରିୟମ ନୱାଜ୍‌ଙ୍କ ଅଧ୍ୟକ୍ଷତାରେ ୬ଷ୍ଠତମ ପ୍ରାଦେଶିକ କ୍ୟାବିନେଟ୍ ଅଧିବେଶନରେ ଅନେକ ଗରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା ।

ପାକିସ୍ତାନ ସ୍ଥିତ ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ୍ ଶରିଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାବିନେଟ୍ ବୈଠକରେ କର୍କଟ ରୋଗୀଙ୍କ ପାଇଁ ମାଗଣା ଔଷଧ ସହ ଅଧିକ ରୋଗୀଙ୍କୁ ମାଗଣା କ୍ୟାନସର ଔଷଧ ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହା ସହ ମୋହମ୍ମଦ ନୱାଜ୍ ଶରିଫ କୃଷକ କାର୍ଡର ଶୁଭାରମ୍ଭକୁ ଅନୁମୋଦନ ପ୍ରଦାନ ଏବଂ କ୍ଷୁଦ୍ର ଚାଷୀଙ୍କୁ ସିଧା ନଗଦ ସବସିଡି ପ୍ରଦାନ କରିବା ପ୍ରସ୍ତାବର ସମୀକ୍ଷା କରାଯାଇଥିଲା । ରିପୋର୍ଟରୁ ପ୍ରକାଶ ୨୦୨୨ରେ ଇସଲାମାବାଦରେ ବିଦ୍ୟୁତ ସଂକଟ ସମୟରେ ଶକ୍ତି ସଞ୍ଚୟ କରିବା ପାଇଁ ଫେଡେରାଲ କ୍ୟାବିନେଟ ରାତି ୧୦ ପରେ ବିବାହ ସମାରୋହ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନେଇଥିଲା । ପ୍ରାଦେଶିକ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିୟମ ଉଲଂଘନକାରୀଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାର ନଜିର ରହିଛି । କହିରଖୁଛୁ କିଛି ସମୟରୁ ପାକିସ୍ତାନ ଆର୍ଥିକ ସଂକଟ ଦେଇ ଗତି କରୁଛି । ଏମିତିରେ ଦେଶର ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଶହବାଜ ଶରିଫଙ୍କ ସରକାର ସମ୍ମୁଖରେ ବଡ଼ ଚ୍ୟାଲେଜ୍ । ଶରିଫ ପୁଣି ଥରେ ଆନ୍ତର୍ଜାତୀୟ ମୁଦ୍ରା କୋଷ(IMF) ତରଫରୁ ସହଯୋଗର ଆଶା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ସେ IMFର ପ୍ରମୁଖ କ୍ରିଷ୍ଟାଲିନା ଜର୍ଜିୱାଙ୍କ ସହ ସାକ୍ଷାତ କରିଥିଲେ ।

Get real time updates directly on you device, subscribe now.