fbpx
BSKY
BJD MC SKY
BJD MS SKY

ନବୋଦୟ ବିଦ୍ୟାଳୟ ସମିତି ଅଣ-ଶିକ୍ଷକ ପଦର ଅନଲାଇନ୍ ପଞ୍ଜିକରଣ ଅବଧି ବୃଦ୍ଧି ଘୋଷଣା

ନୂଆଦିଲ୍ଲୀ: ନବୋଦୟ ବିଦ୍ୟାଳୟ ସମିତି (ଏନଭିଏସ) ଅଣ-ଶିକ୍ଷକ ପଦର ଅନଲାଇନ୍ ପଞ୍ଜିକରଣ ଅବଧି ବୃଦ୍ଧି କରାଯାଇଛି । ମହିଳା ଷ୍ଟାଫ ନର୍ସ, ଆସିଷ୍ଟାଣ୍ଟ ସେକ୍ସନ ଅଫିସର, ଅଡିଟ ଆସିଷ୍ଟାଣ୍ଟ, ଜୁନିୟର ଟ୍ରାନ୍ସଲେସନ ଅଫିସର, ଲେଗାଲ ଆସିଷ୍ଟାଣ୍ଟ, ଷ୍ଟେନୋଗ୍ରାଫର, କମ୍ପ୍ୟୁଟର ଅପରେଟର, କ୍ୟାଟେରିଂ ସୁପରଭାଇଜର, ଜୁନିୟର ସେକ୍ରେଟାରିଏଟ ଆସିଷ୍ଟାଣ୍ଟ (ଏଚକ୍ୟୁ / ଆରଇ କ୍ୟାଡର), ଜୁନିୟର ସେକ୍ରେଟାରିଏଟ ଆସିଷ୍ଟାଣ୍ଟ (ଜେଏନଭି କ୍ୟାଡର), ଇଲେକ୍ଟ୍ରିସିଆନ-କମ-ପ୍ଲମ୍ବର, ଲାବ. ଆଟେଣ୍ଡାଣ୍ଟ, ମେସ ହେଲପର ଓ ମଲ୍ଟି ଟାସକିଂ ଷ୍ଟାଫ (ଏଚକ୍ୟୁ / ଆରଇ କ୍ୟାଡର) ପଦ ପାଇଁ ପୂର୍ବରୁ ଆବେଦନର ଶେଷ ତାରିଖ ଏପ୍ରିଲ ୩୦ ରହିଥିବା ବେଳେ ଏବେ ତାହା ମେ ୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ନିଯୁକ୍ତି ପୋର୍ଟାଲରେ କିଛି ବୈଷୟିକ ତ୍ରୁଟି କାରଣରୁ ଗତ କିଛିଦିନ ଧରି ଆଶାୟୀମାନେ ସେମାନଙ୍କର ଆପ୍ଲିକେସନ ସବମିଟ୍ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କରିଥିଲେ । ତେଣୁ ପ୍ରାର୍ଥୀଙ୍କର ଆବେଦନକୁ ସହଜସାଧ୍ୟ କରିବା ପାଇଁ ଆବେଦନ ଅବଧିକୁ ବୃଦ୍ଧି କରିବାକୁ ଏନଭିଏସ ନିଷ୍ପତ୍ତି ନେଇଛି । ତେବେ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା, ବୟସ ଆଦିର କଟ୍ ଅଫ୍ ଡେଟ୍ ଏପ୍ରିଲ ୩୦ ତାରିଖ ସୁଦ୍ଧା ହିସାବକୁ ନିଆଯିବ ବୋଲି କୁହାଯାଇଛି ।

ଲିଙ୍କ: https://drive.google.com/file/d/1XfMa1pXA412aAybtOcYc9bT5tpMUyPvV/view

Get real time updates directly on you device, subscribe now.