fbpx
BSKY
BJD MC SKY
BJD MS SKY

୨୦୨୫ରେ ରୁଷ-ଜାପାନ ଠାରୁ ଆହୁରି ଧନୀ ହୋଇଯିବ ଏହି ମୁସଲିମ ଦେଶ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ପିଡବ୍ଲୁସିର ନୂଆ ରିସର୍ଚ୍ଚ ମୁତାବକ ଆଗାମୀ ବର୍ଷରେ ଦୁନିଆର ଅଧିକାଂଶ ଦେଶ ଧନୀ ହୋଇଯିବ ଯିଏ ବର୍ତ୍ତମାନ ଗରିବ ଅବସ୍ଥାରେ ରହିଛି । ଏହି ଦେଶ ଆମେରିକା, ଜାପାନ ଏବଂ ଜର୍ମାନ ପରି ଅର୍ଥବ୍ୟବସ୍ଥାକୁ ପଛରେ ପକାଇଦେବ । ଏଥିରେ ମୁସଲିମ ଦେଶ ଇଣ୍ଡୋନେସିଆ ମଧ୍ୟ ସାମିଲ ରହିଛି । ଯିଏ ରୁଷ ଏବଂ ଜାପାନକୁ ପଛରେ ପକାଇବ ବୋଲି ଆକଳନ କରାଯାଇଛି । ପିଡବ୍ଲୁସି ମୁତାବକ ୨୦୫୦ରେ ଚୀନ ଦିନିଆର ସବୁଠାରୁ ବଡ଼ ଆର୍ଥିକ ମହାଶକ୍ତି ହେବ, ସେହିଭଳି ଭାରତ ଦ୍ୱିତୀୟ ସ୍ଥାନରେ ରହିବ । ଏହି ଲିଷ୍ଟରେ ପାକିସ୍ତାନର ନାମ ଦୂର ପର୍ଯ୍ୟନ୍ତ ନଜର ଆସିବ ନାହିଁ ।

ବିବିସିର ରିପୋର୍ଟ ମୁତାବକ ବ୍ରେକ୍ସିଟ, କୋରୋନା ଭାଇରସ ଏବଂ ଦୁନିଆରେ ଚାଲିଥିବା ବ୍ୟବସାୟ ଝଗଡ଼ା ସତ୍ତ୍ୱେ ଦୁନିଆର ଅର୍ଥବ୍ୟବସ୍ଥା ଖୁବ ଜୋରରେ ଆଗେଇ ଚାଲିଛି । ତତ୍କାଳୀନ ଚ୍ୟାଲେଞ୍ଜ ସତ୍ତ୍ୱେ ବିଶ୍ୱର ଅର୍ଥବ୍ୟବସ୍ଥା ଆଗାମୀ କିଛି ଦଶନ୍ଧିରେ ବଢିପାରେ । ୨୦୫୦ ପର୍ଯ୍ୟନ୍ତ ବିଶ୍ୱ ବଜାର ଆଜି ହିସାବରେ ଦ୍ୱିଗୁଣ ହୋଇପାରେ ।

ବିବିସି କହିଛି ଯେ, ଆର୍ଥିକ ବୃଦ୍ଧିରେ ଅନେକ ପରିବର୍ତ୍ତନ ଘଟିବ । ଏହି ଭବିଷ୍ୟବାଣୀ କରିବା ଚ୍ୟାଲେଞ୍ଜ ହୋଇପାରେ । ତେବେ ଆଧିକାଂଶ ଦେଶର ଅର୍ଥଶାସ୍ତ୍ରୀ ଏହି କଥାରେ ସହମତି ପ୍ରକାଶ କରିଛନ୍ତି ଯେ, ଆଜିର ବିକାସଶୀଳ ବଜାର କାଲିର ଆର୍ଥିକ ମହାଶକ୍ତି ହେବ । ଇଣ୍ଡୋନେସିଆ ୨୦୫୦ ପର୍ଯ୍ୟନ୍ତ ୪ ଅଙ୍କ ବଢିବା ସହ ୮ମ ରୁ ସିଧା ୪ର୍ଥ ସ୍ଥାନରେ ପହଁଚିଯିବ ।

ପିଡବ୍ଲୁସିର ଦ ୱାର୍ଲଡ ଇନ ୨୦୫୦ ରିପୋର୍ଟ ଅନୁଯାୟୀ, ଆଗାମୀ ୩୦ ବର୍ଷରେ ବିଶ୍ୱର ସାତଟି ବୃହତ୍ତମ ଅର୍ଥନୀତି ମଧ୍ୟରୁ ୬ଟି ଉଦୀୟମାନ ଅର୍ଥନୀତି ହେବ । ଏହା ମୁତାବକ ଆମେରିକା ଦ୍ୱିତୀୟ ସ୍ଥାନରୁ ଖସି ତୃତୀୟ ସ୍ଥାନକୁ ପଳାଇଆସିବ । ସେହିପରି ଜାପାନ ୪ର୍ଥ ସ୍ଥାନରୁ ଖସି ୮ମ ସ୍ଥାନକୁ ଆସିବ । ଜର୍ମାନୀ ୫ମ ସ୍ଥାନରୁ ୯ମ ସ୍ଥାନକୁ ଆସିବ ।

Get real time updates directly on you device, subscribe now.