fbpx
BSKY
BJD MC SKY
BJD MS SKY

ଗ୍ରାହକଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି: ସୁଧର ଅତିରିକ୍ତ ଅର୍ଥ ଫେରସ୍ତ କରିବେ ବ୍ୟାଙ୍କ ଓ NBFC, ନିର୍ଦ୍ଦେଶ ଦେଲା RBI

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିକର ଖବର । ଯଦି ଆପଣମାନେ ହୋମ ଲୋନ, ପର୍ସନାଲ ଲୋନ ବା ଅନ୍ୟ କୌଣସି ପ୍ରକାରର ଲୋନ ନେଇଛନ୍ତି ବା ନେବାକୁ ପ୍ଲାନ କରୁଛନ୍ତି ତେବେ ଏନେଇ ଆସିଛି ଏକ ଜରୁରୀ ଖବର । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ତରଫରୁ ବ୍ୟାଙ୍କ ଓ ଏନବିଏଫସି ମାନଙ୍କ ପାଇଁ ଚେତାବନୀ ଜାରି କରାଯାଇଛି । ଲୋନ ସାଙ୍କସନ ହେବା ତାରିଖ ଠାରୁ ଲୋନ ନ ନେବାକୁ ଆରବିଆଇ ପକ୍ଷରୁ କୁହାଯାଇଛି ।

ଯେଉଁଦିନ ଗ୍ରାହକଙ୍କୁ ଲୋନ ପ୍ରଦାନ କରାଯିବ ସେହିଦିନ ଠାରୁ ସୁଧର ହିସାବ କରାଯିବ । ହୋମ ଲୋନ ବା ଅନ୍ୟ କୌଣସି ଲୋନ ସେବା ସମୟରେ ସାଙ୍କସନ ହେବା ଓ ଅର୍ଥ ମିଳିବା ମଧ୍ୟରେ ଅଧିକାଂଶ ସମୟରେ କିଛି ଦିନ ବିତିଯାଇଥାଏ । ଯଦି ବ୍ୟାଙ୍କ ଲୋନ ସାଙ୍କସନ ହେବା ତାରିଖ ଠାରୁ ସୁଧ ନିଏ ତେବେ ଏପରି କ୍ଷେତ୍ରରେ ତାହା ଲୋନଧାରୀଙ୍କ ପାଇଁ ଅତିରିକ୍ତ ବୋଝ ପାଲଟି ଯାଇଥାଏ । ତେଣୁ ଏପରି ସ୍ଥଳେ ବ୍ୟାଙ୍କକୁ ଅର୍ଥ ଫେରସ୍ତ କରିବାକୁ ପଡ଼ିବ ।

ଆରବିଆଇ ମୁତାବକ, ଲୋନ ସାଙ୍କସନ ହେବା ବା ଲୋନ ଏଗ୍ରିମେଣ୍ଟ ତାରିଖ ଠାରୁ ସୁଧ ନେବା ନିୟମ ବିରୋଧୀ ଅଟେ । ଅନେକ ସମୟରେ ଗ୍ରାହକଙ୍କୁ ଲୋନ୍ ଡିସବର୍ସ ହେବା ପୂର୍ବରୁ ସୁଧର ଅର୍ଥ ନେବା ଆରମ୍ଭ ହୋଇଯାଇଥାଏ । ଏପରିକି ଅନେକ ସମୟରେ ଲୋନ ସାଙ୍କସନ ହେବା ପରେ ଅର୍ଥ ମିଳିବାରେ ବିଳମ୍ବ ହୋଇଥାଏ । ଏହି ସମୟରେ ଯଦି ବ୍ୟାଙ୍କ ସୁଧ ନିଏ ତେବେ ଗ୍ରାହକଙ୍କୁ ଉକ୍ତ ଅର୍ଥ ଉପରେ ସୁଧ ଦେବାକୁ ପଡ଼ିଥାଏ, ଯାହାକି ଗ୍ରାହକଙ୍କୁ ମିଳିନଥିବ । ଅନେକ ସମୟରେ ଯଦି ଲୋନ ସୁଧ ଜରିଆରେ ଦିଆଯାଏ ତେବେ ବେଳେବେଳେ ବ୍ୟାଙ୍କ ଚେକର ତାରିଖ ଠାରୁ ସୁଧ ନେବା ଆରମ୍ଭ କରିଦେଇଥାଏ । ଏହାର ଅର୍ଥ ମତଲବ ହେଉଛି ଗ୍ରାହକମାନେ ଯେଉଁ ସେବାକୁ ବ୍ୟବହାର କରିନାହାନ୍ତି, ତା’ ଉପରେ ମଧ୍ୟ ସୁଧ ଦେଇଥାନ୍ତି ।

ଉଦାହରଣ ସ୍ୱରୂପ, ଆପଣ ଯଦି ୧୦ ହଜାର ଟଙ୍କା ଲୋନ ନେଇଛନ୍ତି ତେବେ ପ୍ରତି ମାସେ କିସ୍ତି ଦେବେ । ଲୋନ ଦେବା ସମୟରେ ବ୍ୟାଙ୍କ ଆପଣଙ୍କ ଠାରୁ ପରବର୍ତ୍ତୀ ଦୁଇ ମାସର କିସ୍ତି ବାବଦରେ ୨ ହଜାର ଟଙ୍କା ନେଇସାରିଥାଏ । ଏହାର ଅର୍ଥ ଆପଣଙ୍କୁ କେବଳ ୮ ହଜାର ଟଙ୍କାର ଲୋନ ମିଳିଲା, ମାତ୍ର ବ୍ୟାଙ୍କ ଆପଣଙ୍କ ଠାରୁ ପୂରା ୧୦ ହଜାର ଟଙ୍କା ଉପରେ ସୁଧ ନେଇଥାଏ ।

Get real time updates directly on you device, subscribe now.