fbpx
BSKY
BJD MC SKY
BJD MS SKY

ଜଣାଶୁଣା ଟିଭି ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ବିଜେପିରେ ସାମିଲ ହେଲେ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ଜାରି ରହିଥିବା ବେଳେ ଏହା ମଧ୍ୟରେ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏଭଳି ସ୍ଥିତିରେ ଟିକେଟ କଟିବା ପରେ କିଛି ନେତା ଦଳ ଛାଡ଼ୁଥିବା ବେଳେ ଆଉ କିଛି ନେତା ଟିକେଟ ହାତେଇବା ଲକ୍ଷ୍ୟରେ ନୂଆ ଦଳରେ ସାମିଲ ହେଉଥିବା ଦେଖାଯାଉଛି । ସେହିପରି କିଛି ସିନେଷ୍ଟାର, କ୍ରୀଡ଼ାବିତ, ବ୍ୟବସାୟୀ ଆଦି ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ରାଜନୀତିରେ କ୍ୟାରିୟର ଆରମ୍ଭ କରୁଥିବା ଦେଖାଯାଉଛି ।

ତେବେ ଏହା ମଧ୍ୟରେ ସିନେ ଜଗତ ସହ ଜଡ଼ିତ ଜଣେ କଳାକାର ବିଜେପିରେ ସାମିଲ ହୋଇଛନ୍ତି । ଜଣାଶୁଣା ଟିଭି ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ଆଜି ଭାଜପାରେ ଯୋଗ ଦେଇଛନ୍ତି । ଭାଜପାର ଦିଲ୍ଲୀ ମୁଖ୍ୟାଳୟରେ ବରିଷ୍ଠ ନେତା ବିନୋଦ ତାୱଡ଼େ ଓ ଅନିଲ ବାଲୁନିଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି । ଆଗକୁ ଦଳ ତାଙ୍କୁ କିଛି ବଡ଼ ଦାୟିତ୍ୱ ଦେବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ ଯେ, ଅନୁପମା, ସାରାଭାଇ ଭର୍ସେସ ସାରାଭାଇ ଆଦିରେ ଅଭିନୟ କରି ରୁପାଲି ଘରେ ଘରେ ପରିଚିତ ହୋଇପାରିଥିଲେ । ବିଜେପିରେ ସାମିଲ ହେବା ସହ ରୁପାଲି ରାଜନୀତିରେ ନିଜର କ୍ୟାରିୟର ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.