fbpx
BSKY
BJD MC SKY
BJD MS SKY

(Video)୧୧ବର୍ଷର ପୁଅ ସହ ଭିକ୍ଷୁ ପାଲଟିଗଲେ କୋଟିପତି ବ୍ୟବସାୟୀଙ୍କ ପତ୍ନୀ, ଖୁସୀରେ ବହୁତ କାନ୍ଦିଲେ, ଦେଖନ୍ତୁ ଇମୋସନାଲ ଭିଡିଓ

ନୂଆଦିଲ୍ଲୀ: ଭାରତରେ ରହୁଥିବା ଜୈନ ସମୁଦାୟର ଶହ ଶହ ଲୋକ ଭୌତିକ ଦୁନିଆ ତ୍ୟାଗ କରି ଭିକ୍ଷୁ ହୋଇଯାଉଛନ୍ତି । ଏମାନେ ଦୀକ୍ଷା ନେବା ପରେ ଭିକ୍ଷା ରୂପରେ ଯାହା ମିଳିଥାଏ ତାହା ହିଁ କେବଳ ଖାଇଥାନ୍ତି । ଏମାନେ ଖାଲି ପାଦରେ ଚାଲିବା ସହ ସମସ୍ତ ଆଧୁନିକ ଟେକନିକ୍ରୁ ନିଜକୁ ଦୂରେଇ ରଖିଥାନ୍ତି । ଏବେ ୩୦ ବର୍ଷୀୟା ଜଣେ ବିଜନେସମ୍ୟାନଙ୍କ ପତ୍ନୀ ସବୁ ମୋହ ମାୟା ତ୍ୟାଗ କରି ଦୀକ୍ଷା ନେଇଛନ୍ତି । ତାଙ୍କ ପତି କର୍ଣ୍ଣାଟକରେ ଜଣେ ବଡ ବିଜନେସମ୍ୟାନ୍ । ସ୍ୱିଟି ନାମକ ଏହି ମହିଳା ଜଣକ ନିଜର ୧୧ ବର୍ଷର ପୁଅ ହୃଦନ ସହ ଭିକ୍ଷୁ ପାଲଟି ଯାଇଛନ୍ତି । ଦୀକ୍ଷା ନେବା ପରେ ତାଙ୍କୁ ନୂଆ ନାମ ମିଳିଛି । ସ୍ୱିଟିଙ୍କ ନାମ ବଦଳି ଭାବଶୁଦ୍ଧି ରେଖା ଶ୍ରୀ ଜୀ ଓ ପୁଅଙ୍କ ନାମ ହିତୈଷୀ ରତନବିଜୟ ରଖାଯାଇଛି ।

 

View this post on Instagram

 

A post shared by Prit Shah (@prit_shah_photography)

ସ୍ୱିଟିଙ୍କ ଜଣେ ସଂପର୍କୀୟ କହିଛନ୍ତି ସେ ଯେତେବେଳେ ଗର୍ଭବତୀ ଥିଲେ ସେହି ସମୟରୁ ସେ ଭିକ୍ଷୁ ହେବାକୁ ନିଷ୍ପତ୍ତି ନେଇଥିଲେ । ସେବେଠାରୁ ସେ ଏହା ମଧ୍ୟ ଭାବି ନେଇଥିଲେ କି ତାଙ୍କ ପିଲା ବି ତାଙ୍କ ରାସ୍ତାରେ ଚାଲିବ ଓ ଜୈନ ଭିକ୍ଷୁ ହେବ । ସେହି ଅନୁଯାୟୀ ତାଙ୍କ ପୁଅର ଲାଳନ ପାଳନ ହୋଇଥିଲା । ସବୁଠାରୁ ବଡ କଥା ସ୍ୱିଟିଙ୍କ ଏହି ସଂକଳ୍ପ ବିଷୟରେ ଜାଣିବା ପରେ ତାଙ୍କ ସ୍ୱାମୀ ମନୀଷ ତାଙ୍କୁ ସମର୍ଥନ କରିଥିଲେ । ସ୍ୱିଟିଙ୍କ ପତିଙ୍କ ସହ ପରିବାରର ଅନ୍ୟ ଲୋକ ବି ତାଙ୍କର ଏପରି ନିଷ୍ପତ୍ତି ଉପରେ ଗର୍ବ ଅନୁଭବ କରୁଛନ୍ତି ।
ଜାନୁୟାରୀ ୨୦୨୪ରେ ମା-ପୁଅଙ୍କ ଦୀକ୍ଷା ସମାରୋହ ଗୁଜୁରାଟ ସୁରଟରେ ଅନୁଷ୍ଠିତ ହୋଇଯାଇଛି । ଉଭୟ ଏବେ ସୁରଟରେ ରହୁଛନ୍ତି । ଇନଷ୍ଟାଗ୍ରାମରେ ଉଭୟଙ୍କ ଏକ ଭିଡିଓ ସେୟାର କରାଯାଇଛି । ଏହା ପୂର୍ବରୁ ମଧ୍ୟ ଗୁଜୁରାଟର ଏକ ଧନୀ ଜୈନ ଦମ୍ପତି ଭିକ୍ଷୁ ହେବା ଲାଗି ୨୦୦କୋଟି ମୂଲ୍ୟର ସଂପତ୍ତି ତ୍ୟାଗ କରି ଦେଇଥିଲେ ।

Get real time updates directly on you device, subscribe now.