fbpx
BSKY
BJD MC SKY
BJD MS SKY

ବୋମା ବିସ୍ଫୋରଣ ଧମକରେ ଦୋହଲିଲା ୧୦୦ରୁ ଅଧିକ ସ୍କୁଲ: ସାମ୍ନାକୁ ଆସିଲା ଶିକ୍ଷା ମନ୍ତ୍ରୀଙ୍କ ବିବୃତ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରର ୧୦୦ରୁ ଅଧିକ ସ୍କୁଲକୁ ବୋମା ପକାଯାଇ ବିସ୍ଫୋରଣ କରିବାର ଧମକ ମିଳିଛି । ଯାହାପରେ ଅନେକ ସ୍କୁଲରେ ଯାଞ୍ଚ କରାଯାଇଛି ଏବଂ ଅନେକ ଛାତ୍ରଙ୍କ ଅଭିଭାବକ ଚିନ୍ତାରେ ପଡିଯାଇଛନ୍ତି ।

ସେହିପରି ଦିଲ୍ଲୀ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଅତିଶୀ ସ୍କୁଲକୁ ମିଳିଥିବା ବୋମା ବିସ୍ଫୋରଣ ବିଷୟରେ ପୃଷ୍ଟି କରି କହିଛନ୍ତି ଯେ, ଏପର୍ଯ୍ୟନ୍ତ ଯାଞ୍ଚରେ କିଛି ମିଳିନାହିଁ । ଏଥିସହ ସେ କହିଛନ୍ତି ଯେ, ସ୍କୁଲରେ ସମସ୍ତ ଶିଶୁ ସୁରକ୍ଷିତ ଅଛନ୍ତି । ଏଥିସହ ସେ କହିଛନ୍ତି ଯେ, ସ୍କୁଲରେ ସମସ୍ତ ଛାତ୍ରାଛାତ୍ରୀ ସୁରକ୍ଷିତ ଅଛନ୍ତି ।

ଶିକ୍ଷା ମନ୍ତ୍ରୀ ଆତିଶୀ ସ୍କୁଲକୁ ମିଳିଥିବା ଧମକ ପରେ ଟ୍ୱିଟ କରି ଲେଖିଛନ୍ତି ଯେ, ଛାତ୍ରଛାତ୍ରୀଙ୍କୁ ବାହାରକୁ ନିଆଯାଇଛି ଏବଂ ସେହି ସ୍ଥାନକୁ ଭଲଭାବେ ଖୋଜାଖୋଜି କରାଯାଉଛି । ଏପର୍ଯ୍ୟନ୍ତ କୌଣସି ସ୍କୁଲରେ ବି କିଛି ମିଳିନାହିଁ । ଆମେ ଲଗାତାର ସ୍କୁଲ ଏବଂ ଦିଲ୍ଲୀ ପୋଲିସ ସହ ଯୋଗାଯୋଗରେ ଅଛନ୍ତି ।

 

Get real time updates directly on you device, subscribe now.