fbpx

ଧରାପଡିଲା ବିଜେପି ନେତାଙ୍କ ଲୁଚାଛପା ପ୍ରେମ, ପାର୍ଟିରୁ ହେଲେ ବିଦା

ଲକଡାଉନ ସମୟରେ ମହଙ୍ଗା ପଡିଲା ଲୁଚାଛପା ପ୍ରେମ । ଲକଡାଉନରେ ଘରେ ରହିବାକୁ କୁହାଯାଉଥିବା ବେଳେ ପ୍ରେମିକା ସହ ଦେଖାକରିବାକୁ ଯାଇ ନିଜ ପାର୍ଟିରୁ ବିଦା ହେଲେ ଜଣେ ବିଜେପି ନେତା । ଏଭଳି ଘଟଣା ହରିୟାଣାର ଚଣ୍ଡିଗଡରେ ଦେଖିବାକୁ ମିଳିଛି । ବିଜେପି ନେତା ଚନ୍ଦ୍ରପ୍ରକାଶ କଥୁରିଆଙ୍କ ଏଭଳି କାମ ପାଇଁ ତାଙ୍କୁ ଦଳର ପ୍ରାଥମିକତା ପଦରୁ ୬ ବର୍ଷ ପାଇଁ ନିଲମ୍ବନ କରାଯାଇଛି ।

ତେବେ ସୂଚନା ମୁତାବକ, ହରିୟାଣା ପ୍ରଦେଶ କାର୍ଯ୍ୟସମିତିର ସଦସ୍ୟ ବା ପୂର୍ବତନ ଅଧ୍ୟକ୍ଷ ଚନ୍ଦ୍ରପ୍ରକାଶ କଥୁରିଆ ଲକଡାଉନ ସମୟରେ ଚଣ୍ଡିଗଡ ସେକ୍ଟର ୬୩ ସ୍ଥିତ ଜଣେ ମହିଳା ବାନ୍ଧବୀଙ୍କୁ ଦେଖାକରିବାକୁ ଯାଇଥିଲେ । ମହିଳାଙ୍କ ଘରେ ଥିବା ସମୟରେ କିଏ ଜଣେ ବେଲ୍ ବଜାଇଥିଲା । ଏଥିରେ ଚନ୍ଦ୍ର ଡରିଯାଇ କପଡାରେ ଦଉଡି କରି ବାଲକୋନୀରୁ ଡେଇଁଥିବା ପ୍ରୟାସ କରୁଥିବା ବେଳେ ଅଚାନକ୍ ସେ ସେଠାରୁ ଖସିପଡିଥିଲେ । ଏଥିରେ ସେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି କାରଣରୁ ତାଙ୍କୁ ସମାଲୋଚନା କରିବା ସହ ପାର୍ଟିରୁ ବାହାର କରିବାକୁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.