fbpx
BJD
BJD SKY
BJD SKY

ନିର୍ବାଚନ ପୂର୍ବରୁ ବଡ଼ ଅଘଟଣ: BJP ନେତାଙ୍କୁ ଗୁଳିକରି ହତ୍ୟା

BJD

ନୂଆଦିଲ୍ଲୀ: ସାରା ଦେଶରେ ଏବେ ରାଜନୈତିକ ବାତାବରଣ ଚଳଚଞ୍ଚଳ ରହିଥିବା ବେଳେ ଏହି ଅବସରରେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ଆସନ୍ତା ମାସରେ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ସହିତ ଉପନିର୍ବାଚନ ମଧ୍ୟ ହେବାର ଅଛି । ତେବେ ଏହା ମଧ୍ୟରେ ଆଜି ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଦୁଇଜଣ ବାଇକ୍ ଆରୋହୀ ବିଜେପିର କିଷାନ ମୋର୍ଚ୍ଚାର ଜିଲ୍ଲା ପ୍ରଭାରୀଙ୍କ ଉପରକୁ ଗୁଳି ଚଳାଇଥିଲେ ।

ସୂଚନା ମୁତାବକ, ଆଜି ନୂଆ ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ସମନ୍ ଜାରି ରହିଛି । ଅନ୍ୟପଟେ ରାଷ୍ଟ୍ରୀୟ ରାଜଧାନୀରେ ବିଜେପିର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଦିଲ୍ଲୀର ଦ୍ୱାରକାରେ ଏହି ହତ୍ୟାକାଣ୍ଡ ଘଟିଛି । ଭାଜପା କିଷାନ ମୋର୍ଚ୍ଚାର ନଜଫଗଡ଼ ଜିଲ୍ଲାର ପ୍ରଭାରୀ ଦାୟିତ୍ୱରେ ଥିବା ସୁରେନ୍ଦ୍ର ମଟିୟାଲାଙ୍କୁ ହତ୍ୟା କରାଯାଇଛି । ସୁରେନ୍ଦ୍ର କାର୍ଯ୍ୟାଳୟରେ ବସିଥିବା ସମୟରେ ଦୁଇ ଜଣ ବାଇକ୍ ଆରୋହୀ ସେଠାରେ ପହଞ୍ଚି ସୁରେନ୍ଦ୍ରଙ୍କ ଉପରକୁ ଅଚାନକ ଗୁଳି ଚଳାଇଥିଲେ ।

ଗୁଳିମାଡ଼ ପରେ ସୁରେନ୍ଦ୍ରଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । ମାତ୍ର ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ରାଷ୍ଟ୍ରୀୟ ରାଜଧାନୀରେ ରାଜନୈତିକ ପରିସ୍ଥିତି ସରଗରମ୍ ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁଳିମାଡ଼ କରିଥିବା ଦୁଇ ଯୁବକଙ୍କୁ ବର୍ତ୍ତମାନ ସୁଦ୍ଧା ଚିହ୍ନଟ କରାଯାଇ ପାରିନାହିଁ । ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.