ISIS ଆତଙ୍କବାଦୀ ସଂଗଠନ ଟାର୍ଗେଟ୍‌ରେ ବିଜେପି ନେତା: ଋଷରେ ଧରା ପଡିଲା ଆତ୍ମଘାତି ଆତଙ୍କୀ

ନୂଆଦିଲ୍ଲୀ: ଭାରତର ଜଣେ ବଡ଼ ନେତାଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି ଆତଙ୍କବାଦୀ ସଂଗଠନ ଆଇଏସ୍। ଋଷୀୟ ସୁରକ୍ଷା ଏଜେନ୍ସି ଦ୍ୱାରା ଜଣେ ଆଇଏସ୍ ଆତଙ୍କୀ ଧରା ପଡିବା ପରେ ଏହି ଖବର ସାମ୍ନାକୁ ଆସିଛି। ଆତଙ୍କୀ ଜଣକ ମଧ୍ୟ ଏସିଆର ନାଗରିକ ବୋଲି ଏଫ୍‌ଏସ୍‌ବି କହିଛି। ଋଷୀୟ ସମାଚାର ଏଜେନ୍ସି ସ୍ପୁତନିକ ଅନୁସାରେ ପ୍ରାଥମିକ ପଚରାଉଚରାରେ ଆତଙ୍କୀ ଜଣକ କାବୁଲର ବାସିନ୍ଦା ବୋଲି ଜଣାପଡିଥିଲା। ଭାରତରେ ଆଇଏସ୍ ଆକ୍ରମଣ ଯୋଜନା କରୁଥିବା ସେ ମଧ୍ୟ କହିଛି।

ଏପ୍ରିଲରୁ ଜୁନ୍ ମାସ ପର୍ଯ୍ୟନ୍ତ ଆତଙ୍କୀ ଜଣକ ତୁର୍କୀରେ ପ୍ରଶିକ୍ଷଣ ନେଇଥିଲା। ଋଷ ବାଟ ଦେଇ ତାକୁ ଭାରତ ପଠାଇବାକୁ ଯୋଜନା କରାଯାଇଥିଲା। କିନ୍ତୁ ଋଷୀୟ ସୁରକ୍ଷା ଏଜେନ୍ସି ହାତରେ ସେ ଧାରା ପଡିଛି। ଋଷୀୟ ଏଜେନ୍ସି ଏହା ମଧ୍ୟ କହିଛନ୍ତି ଯେ, ଏହି ଆତଙ୍କୀ ଜଣକ ଭାରତରେ କ୍ଷମତାରେ ଥିବା ଦଳ(ବିଜେପି)ର ଜଣେ ବରିଷ୍ଠ ନେତାଙ୍କ ଉପରେ ଆକ୍ରମଣ କରିବନାକୁ ଯୋଜନା କରିଥିଲା। ଆଇଏସ୍ ଆତଙଯଖୀ ସଂଗଠନର ଜଣେ ଶୀର୍ଷ ନେତା ତାକୁ ଏକ ସୁଇସାଇଡ୍ ବମ୍ବର ଭାବରେ ତାକୁ ସାମିଲ କରିଥିଲେ।