fbpx

ବିଜେପି ଲୋକସଭା ପ୍ରାର୍ଥୀଙ୍କ କାର ଦୁର୍ଘଟଣାଗସ୍ତ: ଦୁଇ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ୬ଷ୍ଠ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ରାଜ୍ୟରେ ୩ୟ ପର୍ଯ୍ୟାୟ ମତଦାନ ସମାପ୍ତ ହେଉଛି । ଆସନ୍ତା ମାସ ପହିଲାରେ ଅନ୍ତିମ ପର୍ଯ୍ୟାୟ ମତଦାନ ସରିବା ପରେ ଜୁନ୍ ୪ରେ ଫଳାଫଳ ଘୋଷଣା କରାଯିବ । ତେଣୁ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ, ପ୍ରାର୍ଥୀ ଓ ଭୋଟରଙ୍କ ମଧ୍ୟରେ ଏକ ବଡ଼ ଧରଣର ଉତ୍ସାହ ଦେଖିବାକୁ ମିଳିଛି । କିଛି ଜିତିବ, କିଏ ସରକାର ଗଠନ କରିବ ଓ କେଉଁ ଆସନର ସ୍ଥିତି କିପରି ରହିଛି ତାହାକୁ ନେଇ ପ୍ରାର୍ଥୀମାନେ ଅଙ୍କ କଷିବା ଆରମ୍ଭ କରିଦେଇଛନ୍ତି ।

ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଜଣେ ବିଜେପି ଲୋକସଭା ପ୍ରାର୍ଥୀଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିବା ସହିତ ଜଣେ ଗୁରୁତର ହୋଇଛି । ଉତ୍ତରପ୍ରଦେଶର ଗୋଣ୍ଡାର କର୍ଣ୍ଣେଲଗଞ୍ଜ ହୁଜୁରପୁର ରାସ୍ତାରେ ଘଟିଛି ଏହି ଅଘଟଣ । ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ପୁଅ ତଥା ବିଜେପି ଲୋକସଭା ପ୍ରାର୍ଥୀ କରଣ ଭୂଷଣ ଶରଣ ସିଂହଙ୍କ କାରଣ ଦୁର୍ଘଟଣାଗ୍ରସ୍ତ ହୋଇଛି । କାରଟି ୩ ଜଣ ପିଲାଙ୍କୁ ଧକ୍କା ଦେଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିବା ସହିତ ଜଣେ ଗୁରୁତର ହୋଇଛି ।

ସୂଚନାଯୋଗ୍ୟ ଯେ, ଏଥର ୟୁପିର କେସିଆରଗଞ୍ଜ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବ୍ରିଜ ଭୂଷଣଙ୍କ ବଦଳରେ ତାଙ୍କ ପୁଅ କରଣ ଭୂଷଣଙ୍କୁ ଦଳ ପ୍ରାର୍ଥୀ କରିଛି । କରଣ ବ୍ରିଜ ଭୂଷଣଙ୍କ କନିଷ୍ଠ ପୁତ୍ର ହୋଇଥିବା ବେଳେ ସେ ଡବଲ୍ ଟ୍ରାପ ଶୁଟିଂରେ ଜଣେ ଜାତୀୟ ସ୍ତରର ଖେଳାଳି ଅଟନ୍ତି । ତେବେ ଏହି ଦୁର୍ଘଟଣା ପରେ କର୍ଣ୍ଣେଲଗଞ୍ଜ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଫଚ୍ୟୁନର କାର ଓ ଡ୍ରାଇଭରକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.