fbpx
BJD SKY
BJD SKY

BJPକୁ ବଡ଼ ଝଟକା: ଆସନ୍ତା ମାସରେ ଭୋଟ, ଦଳୀୟ ବିଧାୟକଙ୍କ ବଡ଼ ନିଷ୍ପତ୍ତି, ଭାଜପା ପାଇଁ ବଢ଼ିଲା ଅଡ଼ୁଆ

BJD

ନୂଆଦିଲ୍ଲୀ: ସାରା ଦେଶର ରାଜନୈତିକ ମାହୋଲ ଏବେ ସରଗରମ୍ ରହିଛି । ବିଧାନସଭା ନିର୍ବାଚନ ଓ ଉପନିର୍ବାଚନକୁ ନେଇ କିଛି ରାଜ୍ୟରେ ରାଜନୈତିକ ଦଳମାନେ ଏବେ ପ୍ରଚାର ଅଭିଯାନ ଆରମ୍ଭ କରିଦେଇଛନ୍ତି । ଆସନ୍ତା ମାସରେ ଓଡ଼ିଶାର ଝାରସୁଗୁଡ଼ା ବିଧାନସଭା କ୍ଷେତ୍ର ପାଇଁ ଉପନିର୍ବାଚନ ହେବ । ସେହିପରି ସମାନ ତାରିଖରେ କର୍ଣ୍ଣାଟକ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

ତେବେ ସୂଚନା ଅନୁଯାୟୀ, ଆସନ୍ତା ମାସ ୧୦ ତାରିଖରେ ରାଜ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଏଥର ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିପାରେ । ବିଜେପି, କଂଗ୍ରେସ ଓ ଜେଡିଏସ ମଧ୍ୟରେ ଏଥର ଜୋରଦାର ଟକ୍କର ଦେଖିବାକୁ ମିଳିବ । ରାଜ୍ୟର ଏଥର କଂଗ୍ରେସ ଉଚ୍ଚକୋଟୀର ପ୍ରଦର୍ଶନ କରିବ ବୋଲି କିଛି ଗଣମାଧ୍ୟମ ସଂସ୍ଥା ଆକଳନ କରିଥିବାରୁ ଏହା ଭାଜପାର ନିଦ ଉଡ଼ାଇ ଦେଇଛି ।

ତେବେ ଆସନ୍ତା ମାସରେ ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ରାଜନେତାଙ୍କର ଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହା ମଧ୍ୟରେ ବିଜେପି ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିନଥିବା ବେଳେ ଏହା ପୂର୍ବରୁ ଦଳକୁ ଲାଗିଛି ଏକ ବଡ଼ ଝଟକା । ରାଜ୍ୟ ବିଜେପିର ବରିଷ୍ଠ ନେତା କେ.ଏସ. ଈଶ୍ୱରପ୍ପା ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିବା ସହିତ ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି । ଏନେଇ ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଏକ ଚିଠି ଲେଖିଥିବା ଜଣାପଡ଼ିଛି । ଈଶ୍ୱରପ୍ପା ବର୍ତ୍ତମାନ ରାଜ୍ୟର ଶିବମୋଗା ବିଧାନସଭା ଆସନରୁ ବିଧାୟକ ଅଛନ୍ତି । ତେବେ ଗତ ୪୦ ବର୍ଷ ଧରି ଦଳ ପାଇଁ କାର୍ଯ୍ୟ କରି ଆସୁଥିବା ଈଶ୍ୱରପ୍ପାଙ୍କ ଏହି ଅଚାନକ ନିଷ୍ପତ୍ତି ଏବେ ଦଳ ପାଇଁ ଚିନ୍ତାର କାରଣ ସାଜିଛି ।

Get real time updates directly on you device, subscribe now.