fbpx

ରାଜ୍ୟରେ ମାସ୍କ ପିନ୍ଧିବା ହେବ ବାଧ୍ୟତାମୂଳକ? ସରକାର ନେବେ ନିଷ୍ପତ୍ତି: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ମହାମାରୀ ପୁଣିଥରେ ବ୍ୟାପିବାରେ ଲାଗିଛି । ତେଣୁ ଏହାକୁ ଲକ୍ଷ୍ୟ ରଖି ଓଡିଶା ସରକାର ଏଥିପାଇଁ ବଡ ନିଷ୍ପତ୍ତି ନେଇ ପାରନ୍ତି । ପୁଣିଥରେ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇପାରେ । ଏହାବ୍ୟତୀତ ରାଜ୍ୟବାସୀଙ୍କ ପାଇଁ କୋଭିଡ ଟୀକା ପଠାଇବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ରକୁ ଚିଠି ଲେଖିଥିବା ଜାଣିବାକୁ ମିଳିଛି । ତେବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ କି ନାହିଁ, ସେ ନେଇ ସରକାର ଶେଷ ନିଷ୍ପତ୍ତି ନେବେ । ଏ ସମ୍ପର୍କରେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ କହିଛନ୍ତି ଯେ, ରାଜ୍ୟରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ତେଣୁ ରାଜ୍ୟବାସୀଙ୍କ ପାଇଁ ୫୦ ହଜାର ଟୀକା ପଠାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି । ବର୍ତ୍ତମାନ କରୋନା ଜନିତ ଭୟାବହତା କମ୍ ଅଛି, ତେଣୁ ରୋଗୀ ମଧ୍ୟ ସେତେ ଗମ୍ଭୀର ହେଉନାହାନ୍ତି । ଏହାବ୍ୟତୀତ ମେଡିକାଲରେ କମ୍ ସଂଖ୍ୟକ ଆକ୍ରାନ୍ତ ଭର୍ତ୍ତି ହେଉଛନ୍ତି । ତେବେ ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଚେତନ ରହିଛି । ଏସବୁକୁ ନେଇ ସମୀକ୍ଷା ମଧ୍ୟ କରାଯାଉଛି ।

ତେବେ ପୂର୍ବରୁ ଗଚ୍ଛିତ ଥିବା ସମସ୍ତ ଟୀକା ଶେଷ ହୋଇ ସାରିଛି । ତେଣୁ ବର୍ତ୍ତମାନ ଆଉ ୫୦ ହଜାର ଟୀକା ପଠାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଜାନୁୟାରୀ ମାସରେ ଆସିଥିବା ଟୀକାଗୁଡିକ ଫେବୃଆରୀ ୮ ତାରିଖରେ ସରିଯାଇଛି । ଓଡିଶାରେ ବର୍ତ୍ତମାନ ସୁଦ୍ଧା ୯୮% ଲୋକଭ୍କୁ ପ୍ରଥମ ଡୋଜ ଟୀକା ଦିଆସରିଥିବା ବେଳେ ୯୧% ଲୋକ ଦ୍ୱିତୀୟ ଏବଂ ୪୧% ଲୋକ ପ୍ରିକସନ ଡୋଜ ନେଇ ସାରିଛନ୍ତି ।

Get real time updates directly on you device, subscribe now.