fbpx

ଭ୍ୟାକ୍ସିନ ଲଗାନ୍ତୁ, ମାଗଣାରେ ମୋବାଇଲ ରିଚାର୍ଜ ପାଆନ୍ତୁ, ୨୦ ଲକ୍ଷ ଟଙ୍କାର ପୁରସ୍କାର ବି ନିଅନ୍ତୁ : ବିଧାୟକଙ୍କ ଘୋଷଣା

ଭୋପାଳ :  କରୋନା ବିପକ୍ଷ ମୁକାବିଲା ପାଇଁ ଦେଶରେ ଯୁଦ୍ଧକାଳୀନସ୍ତରରେ ଟିକାକରଣ ଜାରି ରହିଛି। ସରକାର ଲୋକଙ୍କୁ ଟିକା ନେଇ ଏହି ଲଢେଇକୁ ଆହୁରି ମଜବୁତ କରିବାକୁ ଅପିଲ୍ କରୁଛନ୍ତି। ଡିସେମ୍ବର ସୁଦ୍ଧା ଦେଶର ସମସ୍ତ ସାବାଳକଙ୍କ ଟିକାକରଣ ପୂରା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।  ଅନେକ ଦେଶର ସରକାର ଟିକା ପ୍ରତି ଲୋକଙ୍କୁ ଆକର୍ଷିତ କରିବା ପାଇଁ ଅନେକ ପ୍ରକାରର ଅଫର ମଧ୍ୟ ଦେଉଛନ୍ତି। ଏହା ମଧ୍ୟରେ ଦେଶରେ ଭାରତୀୟ ଜନତା ପାର୍ଟିର ଜଣେ ବିଧାୟକ  ଲୋକଙ୍କୁ ଟିକାକରଣ କେନ୍ଦ୍ର ପର‌୍ୟ୍ୟନ୍ତ ଟାଣିବା ପାଇଁ ଏକ ଅଭିନବ ପ୍ରକ୍ରିୟା ଆପଣେଇଛନ୍ତି।

ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳର ବେରାସିଆ  ନିର୍ବାଚନ ମଣ୍ଡଳୀର ବିଧାୟକ ବିଷ୍ଣୁ ଖତ୍ରି ଭ୍ୟାକ୍ସିନ ନେଉଥିବା ଲୋକଙ୍କୁ ମାଗଣାରେ ମୋବାଇଲ ରିଚାର୍ଜର ଅଫର ଦେଇଛନ୍ତି। ଏହି ସଂପର୍କରେ ବିଜେପି ବିଧାୟକ କହିଛନ୍ତି, ତାଙ୍କ ନିର୍ବାଚନୀ କ୍ଷେତ୍ରର ଯେଉଁ ଲୋକେ ଜୁନ ୩୦ ସୁଦ୍ଧା ଟିକା ନେବେ ସେମାନଙ୍କୁ ମାଗଣାରେ ମୋବାଇଲ ରିଚାର୍ଜ ସୁବିଧା ଦିଆଯିବ। କେବଳ ଏତିକି ନୁହେଁ ବିଧାୟକ ଘୋଷଣା କରିଛନ୍ତି, ତାଙ୍କ ବିଧାନସଭା କ୍ଷେତ୍ର ଅନ୍ତର୍ଗତରେ  ଯେଉଁ ପଞ୍ଚାୟତରେ ପ୍ରଥମେ ୧୦୦ ପ୍ରତିଶତ ଟିକାକରଣ ହୋଇଯିବ, ସେହି ପଞ୍ଚାୟତକୁ ୨୦ ଲକ୍ଷ ଟଙ୍କାର ପୁରସ୍କାର  ରାଶି ମଧ୍ୟ ଦିଆଯିବ।

ବିଧାୟକ ବିଷ୍ଣୁ ଖତ୍ରି କହିଛନ୍ତି, ମୋ ଅଞ୍ଚଳରେ ଅଧିକାଂଶ ଏମିତି ଗ୍ରାମାଞ୍ଚଳ ରହିଛି, ଯେଉଁଠି ଲୋକେ ଟିକା କେନ୍ଦ୍ର ଯିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଏଥିପାଇଁ ମୁଁ ଘୋଷଣା କରୁଛି ଯେଉଁ ଲୋକେ ଟିକା ନେବେ ସେମାନଙ୍କୁ ମାଗଣାରେ ମୋବାଇଲ ରିଚାର୍ଜର ସୁବିଧା ଦିଆଯିବ। ଯଦ୍ଵାରା ଲୋକେ ଟିକା ନେବାକୁ ଇଚ୍ଛା  ପ୍ରକାଶ କରିବେ।

 

Get real time updates directly on you device, subscribe now.