fbpx

ଏହା ଜନାଦେଶ ନୁହେଁ ଧନାଦେଶ, ଅର୍ଥ ଦେଇ ଭୋଟ କିଣିଛି BJD: BJP ସାଂସଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନର ଫଳାଫଳ ଶାସକ ବିଜେଡି ଦଳ ସପକ୍ଷରେ ଯାଇଛି । ମୋଟ ୩୧୫ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଅଧିକାଂଶ ସିଟରେ ବିଜେଡି ଆଗରେ ରହିଥିଲା । ଅନ୍ୟ ପଟେ ବିଜେପି ଓ କଂଗ୍ରେସ ତଳିତଳାନ୍ତ ହୋଇଯାଇଛନ୍ତି । ଗତ ୨୦୧୭ ନିର୍ବାଚନରେ ୨୯୭ଟି ସିଟ୍ ଅକ୍ତିଆର କରି ନିଜକୁ ଅନ୍ୟତମ ଦାବିଦାର କହୁଥିବା ବିଜେପି ଚଳିତ ଥର ତଳକୁ ଖସିଆସିଛି । ତେବେ ଦ୍ୱିତୀୟ ଓ ତୃତୀୟ ଦିନର ଫଳାଫଳ କାହା ସପକ୍ଷରେ ଯାଉଛି ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି । ବର୍ତ୍ତମାନ ସୁଦ୍ଧା ୨୯୫ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ବିଜେଡି ୨୯୫ଟି, ବିଜେପି ଓ କଂଗ୍ରେସ ୧୪ଟି ଲେଖାଏଁ ଓ ଅନ୍ୟମାନେ ୪ଟି ଆସନରେ ବିଜୟୀ ହୋଇଥିବା ଜଣାପଡ଼ିଛି ।

ତେବେ ବିଜେପିର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ । ସେ କହିଛନ୍ତି ଯେ, ଏହା ଜନାଦେଶ ନୁହେଁ, ବରଂ ଧନାଦେଶ । ବିଜେଡି ସରକାରୀ କଳ, ପ୍ରଶାସନକୁ ବ୍ୟବହାର କରି ଏତେ ସିଟ୍ ହାତେଇବାରେ ସକ୍ଷମ ହୋଇଛି । ରାଜ୍ୟରେ ଭୋଟକୁ କିଣା ଯାଇଛି । ବିଭିନ୍ନ ସ୍ଥାନରେ ବିଜେପି ଓ ଅନ୍ୟ ଦଳର କର୍ମୀଙ୍କୁ ମାଡ଼ ମରାଯିବା ସହ ହତ୍ୟା ମଧ୍ୟ କରାଯାଇଛି । ଶାସକ ଦଳର ଚାପରେ ରହି ପୋଲିସ ବିଜେଡି କର୍ମୀଙ୍କୁ ଗିରଫ କରି ଗାଡ଼ିରେ ବସାଇ ଛାଡ଼ି ଦେଇଛି । ଏହା ଗଣତନ୍ତ୍ର ପ୍ରତି କ୍ରୁର ଉପହାସ । ଆମେ କାହିଁକି ରାଜ୍ୟବାସୀଙ୍କର ବିଶ୍ୱାସଭାଜନ ହୋଇପାରିଲୁନି, ସେନେଇ ଦଳ ସମୀକ୍ଷା କରିବ । ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ସହ ଓଡ଼ିଶାବାସୀଙ୍କୁ ସେମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ସଚେତନ କରାଇବା ପାଇଁ ବିଜେପି ସଂଘର୍ଷ ଜାରି ରଖିବ ।

Get real time updates directly on you device, subscribe now.