ନୂଆଦିଲ୍ଲୀ: ବିଜେପିର ସାଂସଦଙ୍କୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ଦିନ ପାଇଁ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ଟାସ୍କ । ସମସ୍ତ ସାଂସଦଙ୍କୁ ନିଜ ନିଜର କାମର ତାଲିକା ମଧ୍ୟ ଦିଆଯାଇଛି । ୬ ଏପ୍ରିଲ ଦଳର ପ୍ରତିଷ୍ଠା ଦିବସ ହୋଇଥିବାରୁ ଏସବୁକୁ ସେମାନେ ୧୫ ଦିନ ଭିତରେ ଶେଷ କରିବାକୁ ମୋଦି ପରାମର୍ଶ ଦେଇଛନ୍ତି । ଉଲ୍ଲେଖନୀୟ ଯେ, ଦଳର ପ୍ରତିଷ୍ଠା ଦିବସରୁ ନେଇ ୨୦ ଏପ୍ରିଲ ପର୍ଯ୍ୟନ୍ତ ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାର ପ୍ରସାର କରିବାକୁ ସାଂସଦଙ୍କୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଏ କଥା ବିଜେପିର ସଂସଦୀୟ ଦଳର ବୈଠକରେ କହିଥିଲେ ।