fbpx

ସଂସଦୀୟ କମିଟିରୁ ବିଦା ହେଲେ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ,୨୮ ।୧୧: ପ୍ରତିରକ୍ଷା ମନ୍ତ୍ରାଳୟ ସଂସଦୀୟ କମିଟିରୁ ହଟିଲେ ଭୋପାଳ ସାଂସଦ ପ୍ରଜ୍ଞା ଠାକୁର । କାଲି ସଂସଦରେ ନାଥୁରାମ ଗଡସେଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ ପ୍ରଜ୍ଞା । ଗଡସେଙ୍କୁ ପ୍ରଂଶସା କରିବା ପରେ ଏପରି ପଦକ୍ଷେପ ନିଆଯାଇଛି ।

ସାଂସଦ ପ୍ରଜ୍ଞା ଠାକୁରଙ୍କ ବୟାନକୁ ନିନ୍ଦା କରିଛନ୍ତି ଜେପି ନଡ୍ଡା । ନଡ୍ଡା କହିଛନ୍ତି ଯେ, ଏଭଳି ବୟାନ ଓ ବିଚାର ଧାରାକୁ ସମର୍ଥନ କରେନି ବିଜେପି ।’

ଉଲ୍ଲେଖଯୋଗ୍ୟ ଯେ, ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଗତକାଲି ଗୃହରେ ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିଥିଲେ । ସଂସଦରେ ଏସପିଜି ବିଲ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ଏପରି ବିବାଦୀୟ ବୟାନ ଦେଇଥିଲେ ପ୍ରଜ୍ଞା । ଏହା ପରେ ସଂସଦରେ ହଙ୍ଗାମା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.