fbpx

ବିଜେପିକୁ ସୋନିଆଙ୍କ ସମାଲୋଚନା

ମୁମ୍ବାଇ,୨୮ ।୧୧: ମହାରାଷ୍ଟ୍ର ପ୍ରସଙ୍ଗରେ ବିଜେପିକୁ କଟାକ୍ଷ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସୋନିଆ କହିଛନ୍ତି ଯେ, ମହାରାଷ୍ଟ୍ରରେ ବିଜେପି ଯାହା କଲା ତାହା ଲଜ୍ଜାଜନକ । ମେଣ୍ଟ ଭାଙ୍ଗିବାକୁ ବିଜେପି ଷଡଯନ୍ତ୍ର କରିଥିଲା । ନାଗରିକଙ୍କ ମୌଳିକ ଅଧିକାର ସରକାର ଛଡାଇ ନେଉଛନ୍ତିି । ମୋଦୀଙ୍କ ବନ୍ଧୁଙ୍କୁ ବିକ୍ରି ହେଉଛି ପିଏସୟୁ ।’

ଏହା ସହ କଂଗ୍ରେସ ସଂସଦୀୟ ଦଳ ବୈଠକରେ ମୋଦୀ ଓ ଶାହାଙ୍କୁ କଟାକ୍ଷ କରାଯାଇଛି । କଂଗ୍ରେସର କହିବା ମୁତାବକ, ‘ଜମ୍ମୁ-କାଶ୍ମୀରକୁ ନେଇ ମୋଦୀ ଓ ଶାହାଙ୍କ ପଦକ୍ଷେପ ଲଜ୍ଜାକର । ବିରୋଧୀ ଦଳ ନେତାଙ୍କୁ ଜମ୍ମୁ-କାଶ୍ମୀର ଯିବାକୁ ଦେଉନାହାନ୍ତି । କିନ୍ତୁ ୟୁରୋପୀୟ ସାଂସଦଙ୍କୁ ଜମ୍ମୁ-କାଶ୍ମୀର ଯିବାକୁ ଅନୁମତି ଦେଲେ ।’

Get real time updates directly on you device, subscribe now.