fbpx

ବିଜେପି ଓବିସି ମୋର୍ଚ୍ଚାର ସମ୍ପାଦକଙ୍କୁ ହତ୍ୟା: ସ୍ପଷ୍ଟ ଦିବାଲୋକରେ ଘଟିଲା ବଡ଼ ଅଘଟଣ

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ମଧ୍ୟରେ ଆସନ୍ତା ୨୭ ତାରିଖରେ ଦେଶର ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ରାଜ୍ୟସଭା ନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟ ପାଇଁ ରାଜନୈତିକ ଦଳମାନେ ପ୍ରାର୍ଥୀଙ୍କ ନାମ ଘୋଷଣା କରୁଛନ୍ତି ।

ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ବିଜେପିର ଓବିସି ମୋର୍ଚ୍ଚାର ସମ୍ପାଦକଙ୍କ ମୃତ୍ୟୁ ଘଟିଛି । ତାମିଲନାଡ଼ୁର ମଦୁରାଇରୁ ଆସିଛି ଏଭଳି ଏକ ଖବର । ମଦୁରାଇ ଜିଲ୍ଲାର ବିଜେପି ମୋର୍ଚ୍ଚାର ସମ୍ପାଦକ ଦାୟିତ୍ୱରେ ଥିବା ୩୫ ବର୍ଷୀୟ ଯୁବନେତା ଶକ୍ତିଭେଲଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଯୁବ ସମ୍ପାଦକଙ୍କ ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଶକ୍ତିଭେଲ ଜିଲ୍ଲାର ଥେଭର କୁରିଞ୍ଜି ଅଞ୍ଚଳର ବାସିନ୍ଦା ଥିଲା । ଏହି ଘଟଣାକୁ ନେଇ ରାଜନେତ÷କ ମହଲ ସରଗରମ୍ ହୋଇଛି । ତେବେ ସ୍ପଷ୍ଟ ଦିବାଲୋକରେ ଶକ୍ତିଭେଲଙ୍କୁ କିଏ ଓ କାହିଁକି ତାଙ୍କୁ ମାରିଲା ସେନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

Get real time updates directly on you device, subscribe now.