fbpx
BJD SKY
BJD SKY

ବିଜେପି ସଂସଦୀୟ ଦଳ ବୈଠକରେ ମୋଦୀଙ୍କୁ କରାଗଲା ସମ୍ମାନିତ, ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ହେବ ନିଷ୍ପତ୍ତି

BJD

ନୂଆଦିଲ୍ଲୀ: ବିଜେପିର ସଂସଦୀୟ ଦଳ ବୈଠକେରେ ଗୁରୁବାର ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଦଳର ଭଲ ପ୍ରଦର୍ଶନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ବିଧାନସଭା ନିର୍ବାଚନରେ ବିଜେପି ମଧ୍ୟପ୍ରଦେଶରେ ନିଜର ସତ୍ତା ବଜାୟ ରଖିଥିବା ବେଳେ ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସକୁ ସତ୍ତାରୁ ବାହାର କରିଦେଇଛି । ତେଲେଙ୍ଗାନାରେ ମଧ୍ୟ ଦଳ ତୁଳନାତ୍ମକ ଭାବରେ ଭଲ ପ୍ରଦର୍ଶନ କରିଛି ।

ସଂସଦ ଭବନ ପରିସରରେ ଆୟୋଜିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ମାତ୍ରେ ବିଜେପି ସାଂସଦମାନେ ତାଳି ବଜାଇବା ସହ ସ୍ୱାଗତ ଭାଇ ସ୍ୱାଗତ ଭାଇ ନାରା ଦେଇଥିଲେ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଧାନମନ୍ତ୍ରୀଙ୍କୁ ମାଳା ପିନ୍ଧାଇ ତାଙ୍କ ସ୍ୱାଗତ କରିଥିଲେ । ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପୀୟୁଷ ଗୋଏଲଙ୍କ ସହ ବହୁ କେନ୍ଦ୍ର ମନ୍ତ୍ରୀ ଓ ଦଳର ସାଂସଦ ଉପସ୍ଥିତ ଥିଲେ । ଏହି ବୈଠକରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚର୍ଚ୍ଚା ହୋଇପାରେ । ଏଥିପାଇଁ ଏହି ସମସ୍ତ ରାଜ୍ୟର ବରିଷ୍ଠ ନେତାଙ୍କୁ ବି ଦିଲ୍ଲୀ ଡକାଯାଇଛି । ରାଜସ୍ଥାନର ପୂର୍ବ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଆଜି ସକାଳେ ଦିଲ୍ଲୀରେ ପହଞ୍ଚି ଯାଇଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ଉପରୋକ୍ତ ୩ ରାଜ୍ୟରେ ବିଜୟ ପରେ ବିଜେପି ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିନାହିଁ ।

Get real time updates directly on you device, subscribe now.