fbpx

ସୂର୍ଯ୍ୟାସ୍ତ ସମୟରେ କରନ୍ତୁ ଏହି କାମ: ମିଳିବ ମା’ ଲକ୍ଷ୍ମୀଙ୍କ କୃପା, ହେବ ଆର୍ଥିକ ଉନ୍ନତି

ପ୍ରତ୍ୟେକ ବ୍ୟକ୍ତି ନିଜ ଘରେ ସୁଖ, ଶାନ୍ତି ସହିତ ଧନର କାମନା ମଧ୍ୟ କରିଥାନ୍ତି । କିନ୍ତୁ ଏହା ମାତା ଲକ୍ଷ୍ମୀଙ୍କୁ କରିବା ଦ୍ୱାରା ଏହା ସମ୍ଭବ ହୋଇଥାଏ । ଏଥିପାଇଁ ଲୋକମାନେ ପ୍ରତିଦିନ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ସହିତ ଉପବାସ ଆଦି କରିଥାନ୍ତି । ଏହା ସହିତ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପ୍ରକାର ଉପାୟ ମଧ୍ୟ କରିଥାନ୍ତି । କିନ୍ତୁ ଏପରି କିଛି କାମ ରହିଛି ଯାହାକୁ ସୂର୍ୟ୍ୟାସ୍ତ ପରେ କରିବା ଦ୍ୱାରା ଆପଣଙ୍କୁ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ । ଘରେ ଧନର ଅଭାବ ହୁଏ ନାହିଁ ଏବଂ ନକାରାତ୍ମକ ଶକ୍ତି ମଧ୍ୟ ଦୂର ହୁଏ । ତେେ ବସନ୍ଧ୍ୟା ସମୟରେ କରିବା ଉଚିତ ଏବଂ କ’ଣ ନୁହେଁ ଆସନ୍ତୁ ଜାଣିବା ।

ଦୀପ ଜାଳନ୍ତୁ- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ୟ୍ୟାସ୍ତ ପରେ ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ଏକ ଦୀପ ଜାଳିବା ଦ୍ୱାରା ଆପଣଙ୍କର ମଙ୍ଗଳ ହୋଇଥାଏ । ତେବେ ତୁଳସୀ ଚଉରା ପାଖରେ ମଧ୍ୟ ଏକ ଦୀପ ଜାଳନ୍ତୁ । ଏହା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କଠାରୁ ସୁଖ ଏବଂ ସମୃଦ୍ଧି ପ୍ରାପ୍ତି ହେବା ସହିତ ଜୀବନର ସମସ୍ୟା ସବୁ ଦୂର ହୋଇଯିବ ।

ଚୁପ୍ ରୁହନ୍ତୁ ବା କମ କଥା କୁହନ୍ତୁ- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ୟ୍ୟାସ୍ତ ପରେ କିଛି ସମୟ ନିରବ ରହିବା ଆବଶ୍ୟକ । ଏହା ସହିତ କିଛି ସମୟ ଧ୍ୟାନ କରିବା ମଧ୍ୟ ବେଶ ଭଲ । ଏହା କରିବା ଦ୍ୱାରା ଆପଣ ପୂଜାର ଲାଭ ଦ୍ୱିଗୁଣିତ ହେବ ଏବଂ କୌଣସି ପ୍ରକାରର ପାରିବାରିକ କଳହ ବା ଅସୁବିଧାରୁ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିବ ।

ପିତୃପୁରୁଷଙ୍କୁ ପ୍ରଣାମ କରନ୍ତୁ- ସନ୍ଧ୍ୟାରେ ନିଜ ପୂର୍ବଜଙ୍କୁ ପ୍ରଣାମ କରିବାକୁ ଭୁଲନ୍ତୁ ନାହିଁ । ପ୍ରଣାମ କରିବା ପରେ ତୁରନ୍ତ ସେମାନଙ୍କ ଉଦ୍ଦେଶ୍ୟରେ ଏକ ଦୀପ ଜାଳନ୍ତୁ । ଏହା କରିବା ଦ୍ୱାରା ସେମାନଙ୍କ ଆଶିର୍ବାଦ ମିଳିଥାଏ । ଏହା ସହିତ ପରିବାରରେ ସୁଖ ଏବଂ ସମୃଦ୍ଧି ବୃଦ୍ଧିହୁଏ ।

ଶୋଇବା ଠାରୁ ଦୂରେଇ ରୁହନ୍ତୁ- ସୂର୍ୟ୍ୟାସ୍ତ ପରେ କିମ୍ବା ସୂର୍ୟ୍ୟାସ୍ତ ସମୟରେ ଶୋଇବା ନିଷେଧ ବୋଲି ବିବେଚନା କରାଯାଏ । ଏହା ସହିତ ଖାଦ୍ୟ ଖାଇବା ଏବଂ ସଂଭୋଗକୁ ମଧ୍ୟ ନିଷେଧ ବୋଲି ବିବେଚନା କରାଯାଏ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବା ସହିତ ଟଙ୍କା ଏବଂ ସ୍ୱାସ୍ଥ୍ୟରେ ମଧ୍ୟ ଅବନତି ଆଣିଥାଏ । ଶାସ୍ତ୍ରରେ ଏହି ସମୟକୁ ପୂଜାପାଠ ପାଇଁ ଧାର୍ଯ୍ୟ କରାଯାଇଛି ।

ଘରକୁ ଅନ୍ଧାର କରନ୍ତୁ ନାହିଁ- ସନ୍ଧ୍ୟାରେ ଘରେ ଅନ୍ଧକାର ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିବେଚନା କରାଯାଏ । ତେଣୁ, ସୂର୍ୟ୍ୟାସ୍ତ ସମୟରେ ଘରକୁ ଅନ୍ଧାରରେ ରଖିବା ଉଚିତ ନୁହେଁ । ଏଥିପାଇଁ ଘରର ସମସ୍ତ ଲାଇଟ ଅନ କରିବା ଭଲ । ଏହା କରିବା ଦ୍ୱାରା ଜୀବନରେ ପ୍ରଗତି ପାଇଁ ବାଟ ଖୋଲିବ । ଆହୁରି ମଧ୍ୟ, ମାତା ଲକ୍ଷ୍ମୀଙ୍କର ଅଶେଷ କୃପା ମିଳିବ ।

Get real time updates directly on you device, subscribe now.