fbpx

ଆସାମରେ ଆତଙ୍କବାଦୀ ନେଟୱାର୍କ ବିସ୍ତାର ପାଇଁ ରଚିଥିଲେ ଷଡ଼ଯନ୍ତ୍ର, ଗୁଆହାଟି ଷ୍ଟେସନରୁ ଗିରଫ ହେଲେ ଦୁଇ ବାଂଲାଦେଶୀ ଆତଙ୍କବାଦୀ

Advertisement

ଦିସପୁର: ଆସାମ ପୋଲିସକୁ ମିଳିଛି ବଡ଼ ସଫଳତା । ରାଜ୍ୟରେ ଆତଙ୍କବାଦୀ ନେଟୱାର୍କ ବିସ୍ତାର କରୁଥିବା ଦୁଇ ବାଲାଂଦେଶୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଏହି ଦୁଇ ସନ୍ଦିଗ୍ଧଙ୍କୁ ଗୁଆହାଟି ରେଳ ଷ୍ଟେସନରୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଏହା ପରେ ରାଜ୍ୟର ସୁରକ୍ଷା ଏଜେନ୍ସି ଆଲର୍ଟ ମୋଡରେ ଅଛନ୍ତି ।

ପୋଲିସ ସୂତ୍ରରୁ ପ୍ରକାଶ ଏହି ଦୁଇ ବାଂଲାଦେଶୀ ନାଗରିକ ବିନା ପାସପୋର୍ଟରେ ବେଆଇନ୍ ଭାବେ ଭାରତରେ ରହୁଥିଲେ । ବିଶେଷ ସୂତ୍ରରୁ ଖବର ପାଇଁ ସେମାନଙ୍କୁ ସୋମବାର ଗୁଆହାଟି ରେଳ ଷ୍ଟେସନରୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ଆଧାର ଓ ପ୍ୟାନ୍ କାର୍ଡ଼ ସହ କିଛି ଆପତ୍ତିଜନକ ଓ ଜାଲ ଦସ୍ତାବିଜ ଜବତ କରାଯାଇଛି । ଗିରଫ ଦୁଇ ଆତଙ୍କବାଦୀ ସହରର ଯୁବକଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ କରାଇବା ପାଇଁ ଷଡ଼ଯନ୍ତ୍ର କରୁଥିଲେ । ଏହା ବ୍ୟତୀତ ଭାରତରେ ଆତଙ୍କବାଦୀ ନେଟୱାର୍କ ବିସ୍ତାର କରିବା ଦିଗରେ ବେଆଇନ୍ ଭାବେ ଭାରତୀୟ ଦସ୍ତାବିଜ ମଧ୍ୟ ହାସଲ କରିଥିଲେ । ତେବେ ଏହି ଦୁଇ ଆତଙ୍କବାଦୀ ଅନସାରୁଲ୍ଲାହ ବାଙ୍ଗଲା ଟିମ୍‌(ABT)ର ବହାର ମିଆ(୩୦) ଏବଂ ରେୟରଲି ମିଆ(୪୦) ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.