fbpx

ବିଜେପି ସଂସଦୀୟ ଦଳ ବୈଠକ

ନୂଆଦିଲ୍ଲୀ, ୧୧ା୧୨: ବିଜେପି ମୁଖ୍ୟାଳୟରେ ସଂସଦୀୟ ଦଳ ବୈଠକ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ନାଗରିକତା ସଂଶୋଧନ ବିଲ୍ ଉପରେ ଚର୍ଚ୍ଚା ହୋଇଥିବା ସୂଚନା ମିଳିଛି । ବୈଠକ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ନାଗରିକତା ସଂଶୋଧନ ବିଲ୍ ଐତିହାସିକ ଅଟେ । ଏହାସହ ସମସ୍ତ ସାଂସଦ ରାଜ୍ୟସଭାରେ ଉପସ୍ଥିତ ରହିବାକୁ ପରାମର୍ଶ ମଧ୍ୟ ସେ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଆଜି ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ ଆଗତ ହେବ । ଦିନ ୧୨ଟାରେ ରାଜ୍ୟସଭାରେ ବିଲ୍ ଉପରେ ଆଲୋଚନା କରାଯିବ । ଏହି ବିଲ୍ ଉପରେ ୬ଘଣ୍ଟା ଧରି ଚର୍ଚ୍ଚା ହେବ । ରାଜ୍ୟସଭାରେ ଉପସ୍ଥିତ ରହିବାକୁ କଂଗ୍ରେସ, ଏସପି, ଟିଏମସି ସାଂସଦଙ୍କୁ ହ୍ୱିପ କରାଯାଇଛି । ସେପଟେ ଶିବସେନା ଓ ଜେଡ଼ିୟୁ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି ।

Get real time updates directly on you device, subscribe now.