fbpx
BSKY
BJD MC SKY
BJD YOUTH SKY

ନୂଆ ଚେହେରାଙ୍କୁ ମିଳିବ ବଡ଼ ଦାୟିତ୍ୱ, ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ କରିଛି ବିଜେପି

ନୂଆଦିଲ୍ଲୀ: ତିନୋଟି ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ ଅନେକ ସ୍ଥାନରେ ଉତ୍ସବର ମାହୋଲ ଦେଖା ଦେଇଛି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ନିର୍ବାଚନ ଆସନ ଏବଂ ନୂତନ ନିଯୁକ୍ତିିକୁ ନେଇ ବ୍ଲୁପ୍ରିଂଟ୍ ପ୍ରସ୍ତୁତ ହୋଇଗଲାଣି । ଦଳ ତରଫରୁ ଅନେକ ସାଂଗଠନିକ ପରିବର୍ତ୍ତନ ସହ ରାଜନୀତିରେ ନୂଆ ଚେହେରାଙ୍କୁ ପ୍ରମୁଖ ଦାୟିତ୍ୱ ଦିଆଯିବା ନେଇ ଚର୍ଚ୍ଚା ହେଉଛି ।

୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ମନ୍ଥନ ଜାରି ରହିଛି । ଏଥିମଧ୍ୟରେ ଉତ୍ତରପ୍ରଦେଶର ନୂତନ ପ୍ରଭାରୀକୁ ନେଇ ଚଳିତ ମାସ ବିଜେପି ପକ୍ଷରୁ ଘୋଷଣା ହୋଇପାରେ । ଏହି ରେସରେ ଅନେକ ନାଁ ସାମିଲ ଅଛି । ତେବେ ଏହି ପଦ କାହକୁ ମିଳୁଛି ଦେଖିବାକୁ ବାକି ରହିଲା । ଏଥିପାଇଁ ଦଳ ପ୍ରଦେଶ ନେତୃତ୍ୱଙ୍କ ଠାରୁ ଇନ୍‌ପୁଟ୍ ମାଗିଛି । ସୂତ୍ରରୁ ପ୍ରକାଶ ଯେ ଏଥର ବିଜେପି ରାଜ୍ୟ ବିଧାନସଭା ଆସନ ପାଇଁ ଗୋଟିଏ ପରିଚାଳନା କମିଟି ଏବଂ ଲୋକସଭା ଆସନ ପାଇଁ ଆଉ ଏକ ପରିଚାଳନା କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛି । ଏହି ଉଭୟ କମିଟି ପରସ୍ପର ସହଯୋଗିତାରେ କାର୍ଯ୍ୟ କରିବେ । ଏହା ବ୍ୟତୀତ ଦଳ ଅଭ୍ୟନ୍ତରୀଣ ସର୍ଭେ କାର୍ଯ୍ୟ ଆରମ୍ଭ କରିସାରିଲାଣି ଏବଂ ଅନ୍ୟାନ୍ୟ ରିପୋର୍ଟ ପାଇଁ କୁହାଯାଇଛି । ବିଭିନ୍ନ ଆସନରେ ଥିବା ଦୁର୍ବଳ ପ୍ରାର୍ଥୀମାନଙ୍କୁ ବଦଳରେ ନୂଆ ଚେହେରାଙ୍କୁ ମଉକା ଦିଆଯିବ ।

୨୦୧୪ରେ ଉତ୍ତରପ୍ରଦେଶର ୮୦ଟି ଲୋକସଭା ଆସନକୁ ଦୃଷ୍ଟିରେ ରଖି ଦଳର ନିର୍ବାଚନ ପ୍ରଚାର ଠାରୁ ଆରମ୍ଭ କରି ସମସ୍ତ ଦିଗ ଉପରେ ଅମିତ ଶାହ ନଜର ରଖିବେ । ରାଧା ମୋହନ ସିଂହ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିବା ବେଳେ ତାଙ୍କୁ ୟୁପି ବିଜେପିର ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଚଳିତ ବର୍ଷ ଜୁନ ମାସରେ ନୂତନ ଜାତୀୟ ଦଳରେ ତାଙ୍କର ନାଁ ନଥିଲା । ତେବେ ରାଜ୍ୟର ନୂତନ ପ୍ରଭାରୀ ଘୋଷଣା କରିବା ପୂର୍ବରୁ ଦଳ ରାଜ୍ୟର ବଡ଼ ବଡ଼ ନେତା ଏବଂ ସଂଗଠନ ସହ ଆଲୋଚନା କରିବା ନେଇ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.