fbpx
BSKY
BJD MC SKY
BJD MS SKY

(Video) ” ମୋଦୀଙ୍କୁ ବନ୍ଦୀ କରିବା ପାଇଁ ବିଶ୍ୱରେ ଆମଠାରୁ ଅଧିକ ଉତ୍ସାହିତ କେହି ନାହାନ୍ତି”: ପାକିସ୍ତାନୀ ସେନା ଅଧିକାରୀ

ନୂଆଦିଲ୍ଲୀ: ଭାରତ ବିରୁଦ୍ଧରେ ପାକିସ୍ତାନ ଅନେକ ସମୟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଆସୁଛି । ତେବେ ବର୍ତ୍ତମାନ ସମୟରେ ପାକିସ୍ତାନୀ ସେନାର ଜଣେ ବରିଷ୍ଠ ଅଧିକାରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ବିବୃତି ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ..ରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଏକ ଗୋଷ୍ଠୀର ଲୋକଙ୍କ ସହ କଥା ହେଉଥିବା ଏବଂ ପାଲେଷ୍ଟାଇନକୁ ମୁକ୍ତ କରିବାକୁ ଚାହୁଁଥିବା ସେ ଦାବି କରିଛନ୍ତି। ଭିଡିଓରେ ଉପସ୍ଥିତ ଲୋକମାନଙ୍କ ତାଳି ମାଡ଼ ମଧ୍ୟରେ ସେନା ଅଧିକାରୀ କହିଛନ୍ତି ଯେ- “ପାକିସ୍ତାନୀ ସେନା ହେଉଛି ପ୍ରକୃତ ସେନା”। ଏହା ସହିତ ସେ ନିଜର ବିକୃତ ଇସଲାମିକ ବକ୍ତବ୍ୟରେ ମୃତ୍ୟୁ ପରର ଜୀବନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କହିଛନ୍ତି ଯେ- “ଭାରତର ଶାସକ” ମାନେ ଦାସ ହେବେ ଏବଂ ପାଲେଷ୍ଟାଇନ “ପୂର୍ବୀ ସୈନ୍ୟବାହିନୀ” ଦ୍ୱାରା ମୁକ୍ତ ହେବ।

ଏହା ସହିତ ଅଧିକାରୀ ଜଣଙ୍କ କହିଛନ୍ତି ଯେ- “ମୋଦୀଙ୍କୁ ବନ୍ଦୀ କରିବା ପାଇଁ ବିଶ୍ୱରେ ଆମଠାରୁ ଅଧିକ ଉତ୍ସାହିତ କେହି ନାହାନ୍ତି ।” ତେବେ ସେଠାରେ ଉପସ୍ଥିତ ଲୋକେ ତାଙ୍କର ଏପରି ବିବୃତିରେ ଖୁସି ହୋଇ ସେନା ଅଧିକାରୀଙ୍କ ପାଇଁ କରତାଳି ଦେଇଥିଲେ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ପାକିସ୍ତାନୀ ସେନା ଅଧିକାରୀ ଏପରି ଆପତ୍ତିଜନକ ଶବ୍ଦ ବ୍ୟବହାର କରିବାରେ ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ ବ୍ୟବହୃତ ଅପମାନଜନକ ଭାଷାର ଭିଡିଓ ଏବଂ କ୍ଲିପଗୁଡିକ ପାକିସ୍ତାନରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Get real time updates directly on you device, subscribe now.