fbpx
BJD SKY
BJD SKY

ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ଦେଲେ ନିଯୁକ୍ତି: ଦଳର ୪ ଜଣ ବଡ଼ ନେତାଙ୍କୁ ମିଳିଲା ଗୁରୁ ଦାୟିତ୍ୱ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ଏହି ଅବସରରେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଦେଖିବାକୁ ମିଳିଛି । ନିକଟରେ ବିଜେଡି ଲୋକସଭା ଓ ବିଧାନସଭା ପାଇଁ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଆଗକୁ ପୁଣି ତାଲିକା ଜାରି କରିବ ।

ତେବେ ଏହା ମଧ୍ୟରେ ବିଜେଡି ଶିବିରରୁ ଆସିଛି ଏକ ବଡ଼ ଖବର । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୪ ଜଣ ବଡ଼ ନେତାଙ୍କୁ ବଡ଼ ଦାୟିତ୍ୱ ବଣ୍ଟନ କରିଛନ୍ତି । ବିଭିନ୍ନ ସଂସଦୀୟ କ୍ଷେତ୍ର ପାଇଁ ନେତାଙ୍କୁ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି । ମାନସ ଦାସ ପଟ୍ଟନାୟକଙ୍କୁ ବାଲେଶ୍ୱର, ଚିରଞ୍ଜିବ ବିଶ୍ୱାଳଙ୍କୁ ଜଗତସିଂହପୁର, ରମେଶ ଚନ୍ଦ୍ର ମାଝୀଙ୍କୁ ନବରଙ୍ଗପୁର ଓ ବିପ୍ଲବ ଜେନାଙ୍କୁ ଢେଙ୍କାନାଳ ଦାୟିତ୍ୱ ଦିଆଯାଇଛି । ଏନେଇ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ସୂଚନା ଜାରି କରିଛନ୍ତି ।

Get real time updates directly on you device, subscribe now.